www.samajalive.in
Monday, December 8, 2025
27.1 C
Bhubaneswar

ଗୁଗଲର ନୂଆ ଆପ୍ ଜେମିନି, ମାଗଣାରେ କରିପାରିବେ ଡାଉନଲୋଡ୍

ନୂଆଦିଲ୍ଲୀ : ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗଲ ଭାରତରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ନେଇଆସିଛି ନିଜ କୃତ୍ରିମ ବୁଦ୍ଧିମତା ଆପ୍ ଜେମିନି । ଏହାକୁ ବ୍ୟବହାରକାରୀ ଗୁଗଲ ପ୍ଲେ ଷ୍ଟୋରରୁ ମାଗଣାରେ ଡାଉନଲୋଡ୍ କରିପାରିବେ । ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ କୌଣସି ନିର୍ଦ୍ଧାରିତ ଆପ୍ ନାହିଁ କିନ୍ତୁ ସେମାନେ ଗୁଗଲ ଆପର ଉପରେ ଏକ ଟଗଲ୍ ଦିଆଯାଇଛି ଯାହା ଫଳରେ କୃତ୍ରିମ ବୁଦ୍ଧିମତା ଚାଟ୍ ଫିଚର୍ସର ଫାଇଦା ମିଳିବ ।

ଗୁଗଲ ନିଜ ବୋର୍ଡ ଏଆଇ ଚାଟବୋଟର ନାଁ ପରିବର୍ତ୍ତନ କରି ଜେମିନି କରିଦେଇଛି ଏବଂ ଏହି ପରିବର୍ତ୍ତନ ସହିତ ୮ ଫେବୃୟାରୀରେ ଆଣ୍ଡ୍ରଏଡ୍ ଆପ୍ ଲଞ୍ଚ୍ କରିଥିଲା କମ୍ପାନୀ । ସେବେ ଏହି ଆପ୍ କେବଳ ଆମେରିକୀୟ ବ୍ୟବହାରକାରୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଏବେ ଏହା ଭାରତ ସମେତ ୧୫୦ରୁ ଅଧିକ ଦେଶରେ ଇଂରାଜୀ, ଜାପାନୀ ଭାଷାରେ ଉପଲବ୍ଧ ହୋଇଛି । ଓପନଏଆଇ ଏବଂ ଚାଟଜିପିଟିକୁ ଟକ୍କର ଦେବା ପାଇ ଗୁଗଲ ନିଜ ଜେମିନି ଆପର ବଜାର ପ୍ରବେଶ କରାଇଛି ।

- Advertisement -

ଆପ୍ ଷ୍ଟୋରରେ ଜେମିନି ପାଇଁ କୌଣସି ନିର୍ଦ୍ଧାରିତ ଆପ୍ ନାହିଁ କିନ୍ତୁ ଆଇଓଏସ୍ ବ୍ୟବହାରକାରୀଙ୍କୁ ଗୁଗଲ ଆପରେ ହିଁ ଏକ ନୂଆ ଟଗଲ୍ ଦିଆଯାଉଛି । ଗୁଗଲ ଆପ୍ ଖୋଲିବା ପରେ ଉପରେ ଡାହାଣ ପଟେ ନଜର ଆସୁଥିବା ଟଗଲକୁ ଅନ୍ କରିବା ପରେ ଉପଭୋକ୍ତା ଜେମିନିର ଫିଚର୍ସ ସହିତ ସର୍ଚ୍ଚ କରିପାରିବେ ଏବଂ ସେମାନଙ୍କୁ ଚାଟବୋଟର ଅନୁମତି ମିଳିଯିବ ।  ଗୁଗଲ ଜଣାଇଛି କି ଜେମିନି ଆପ ଡାଉନଲୋଡ୍ କରିବା ପାଇଁ ଫୋନରେ ଅତିକମରେ ୪ ଜିବି ରାମ୍ ଥିବା ଆବଶ୍ୟକ । ଏହା ବ୍ୟତୀତ ଏହା କେବଳ ଆଣ୍ଡ୍ରଏଡ୍ ୧୨ ବା ଏହାଠୁ ଅଧିକ ଅପଡେଟେଡ୍ ଭର୍ସନରେ ହିଁ କାମ କରିବ ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories