www.samajalive.in
Monday, December 8, 2025
27.1 C
Bhubaneswar

ଛତିଶଗଡ଼ରୁ ପର୍ଯ୍ୟଟକ ନେଇ ଆସିଥିବା ବସ୍ ଅଚଳ; ରାତ୍ରି ରହଣୀ ପାଇଁ ସାହାଯ୍ୟ କଲେ ବିଜେଡି କର୍ମୀ

ବୁର୍ଲା: ଛତିଶଗଡ଼ରୁ ପର୍ଯ୍ୟଟକଙ୍କୁ ନେଇ ହିରାକୁଦ ବନ୍ଧ ବୁଲିବାକୁ ଆସିଥିବା ବସ୍ ବୁର୍ଲା ପ୍ଲାନେଟୋରିୟମ ନିକଟରେ ଅଚଳ ହୋଇଯାଇଥିବା ବେଳେ ରାତ୍ରି ରହଣୀ ପାଇଁ ପର୍ଯ୍ୟଟକଙ୍କୁ ସହାୟତା କରିଛନ୍ତି ବିଜେଡି କର୍ମୀ। ଏପଟେ ବସ୍‌ ଅଚଳକୁ ସେପଟେ ରାତି ହୋଇଯାଇଥିବାରୁ ଚିନ୍ତାରେ ପଡ଼ିଯାଇଥିଲେ ବସ୍‌ରେ ଥିବା ଯାତ୍ରୀ। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ବୁର୍ଲା ବିଜେଡି କର୍ମୀମାନେ ସହାୟତାର ହାତ ବଢ଼ାଇଥିଲେ। ଘଟଣା ସମ୍ପର୍କରେ ଏସଏମସି ଏବଂ ସ୍ଥାନୀୟ ପୁଲିସର ସହାୟତାରେ ବସ୍‌ରେ ଥିବା ୪୩ଜଣ ଯାତ୍ରୀଙ୍କୁ ରାତ୍ରିଯାପନର ବ୍ୟବସ୍ଥା କରିଥିଲେ। ବସ୍‌ରେ ଛତିଶଗଡ଼ ରାଜ୍ୟ ସାରଙ୍ଗଗଡ଼ ଜିଲା ମାଲଦା ଥାନା ଅଞ୍ଚଳର ୨୦ଜଣ ପୁରୁଷ, ୧୫ଜଣ ମହିଳା ଏବଂ ୮ଜଣ ଶିଶୁ ରହିଥିବା ଜଣାପଡ଼ିଛି। ତେବେ ସମସ୍ତଙ୍କୁ ବୁର୍ଲା ୩ ନମ୍ବର ୱାର୍ଡ ଅଫିସ ସମେତ ନେତାଜୀ ଛକ ନିକଟରେ ଥିବା ଏସଏମସିର ବିଶ୍ରାମଗାରରେ ସମସ୍ତଙ୍କୁ ଆଶ୍ରୟ ପାଇଁ ବ୍ୟବସ୍ଥା କରାଯାଇଛି। ସୂଚନା ଥାଉକି, ଏହି ପର୍ଯ୍ୟଟକମାନେ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ଯାଇଥିଲେ। ସେଠାରୁ ଫେରିବା ପରେ ହିରାକୁଦ ବୁଲିବା ପରେ ନିଜ ଘରକୁ ଯିବାର କାର୍ଯ୍ୟକ୍ରମ ରହିଥିଲା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories