www.samajalive.in
Monday, December 8, 2025
20.1 C
Bhubaneswar

ରାଗିଙ୍ଗ୍‍ କରୁଥିବା ଝିଅକୁ ପିତାର ଅଭିନବ ଦଣ୍ଡ:୨ଡିଗ୍ରୀ ତାପମାତ୍ରାରେ ୮କିମି ଚାଲି ସ୍କୁଲ ଗଲେ ଛାତ୍ରୀ

ନୂଆଦିଲ୍ଲୀ: ଆମେରିକାର ଓହିୟୋଠାରେ ଜଣେ ପିତା ତାଙ୍କ ୧୦ବର୍ଷର ଝିଅକୁ ୨ଡିଗ୍ରୀ ତାପମାତ୍ରାରେ ଚାଲିଚାଲି ୮କିମି ସ୍କୁଲ ଯିବାକୁ ବାଧ୍ୟ କରିଛନ୍ତି। ଛାତ୍ରୀଜଣକ ସ୍କୁଲ ବସରେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ରାଗିଙ୍ଗ୍ କରୁଥିବାରୁ ଦ୍ବିତୀୟ ଥର ପାଇଁ ସ୍କୁଲ କର୍ତ୍ତୁପକ୍ଷ ୩ଦିନ ପାଇଁ ଉକ୍ତ ଛାତ୍ରୀଙ୍କୁ ସ୍କୁଲ ବସରେ ଯିବା ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ। ଏହି କାରଣରୁ ପିତା ମେଟ୍‍ କ୍ୱାକ୍ସ ନିଜ ଝିଅକୁ ଚାଲିଚାଲି ସ୍କୁଲ ଯିବାକୁ ବାଧ୍ୟ କରିଥିଲେ। ଛାତ୍ରୀଜଣକ ଚାଲିଚାଲି ସ୍କୁଲ ଯାଉଥିବାବେଳେ ପିତା କାରରେ ପଛରେ ଯିବା ସହ ଏହାର ଭିଡିଓ ଉତ୍ତୋଳନ କରିଥିଲେ। ଏହି ଭିଡିଓ ପରବର୍ତ୍ତୀ ସମୟରେ ପିତା ଫେସବୁକରେ ଅପଲୋଡ଼ କରିବା ସହ ଅପରାଧ ପ୍ରବଣ ପିଲାଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ପିତା ମାତାଙ୍କୁ କଠୋର ହେବାକୁ ପରାମର୍ଶ ଦେଇଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍‍ ଚର୍ଚ୍ଚିତ ହୋଇଛି। ଅଦ୍ୟାବଧି ୨୦ଲକ୍ଷ ଲୋକ ଏହି ଭିଡିଓକୁ ଦେଖିବା ସହ ସେମାନଙ୍କ ମତ ପ୍ରଦାନ କରିଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories