www.samajalive.in
Monday, December 8, 2025
20.1 C
Bhubaneswar

ଟିଡିପି ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିବ

ଭୁବନେଶ୍ୱର . –  ତେଲୁଗ ଦେଶମ୍‌ ପାର୍ଟି ବା ଟିଡିପି ଏଥର ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବ ବୋଲି ସୂଚନା ଦେଇଛି ।  ଓଡ଼ିଶା ଦାୟିତ୍ୱରେ ଥିବା ଟିଡିପି ନେତା ରାଜେଶ ପୁତ୍ରା ଏହି ସୂଚନା ଦେଇଛନ୍ତି । ଓଡ଼ିଶାରେ ୫୨ଟି ବିଧାନସଭା ଓ ୫ଟି ଲୋକ ସଭା ଆସନରେ ଦଳ ପ୍ରାର୍ଥୀ ଦେବ ବୋଲି ପୁତ୍ରା କହିଛନ୍ତି । ମୁଖ୍ୟତଃ ଦକ୍ଷିଣରେ ଥିବା ତେଲଗୁ ଭାଷାଭାଷୀ ଲୋକଙ୍କୁ ଲକ୍ଷ୍ୟ ରଖି ଦଳ ଏହି ନିଷ୍ପତ୍ତି ନେଇଛି ।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ର ବାବୁ ନାଇଡୁଙ୍କ ନେତୃତ୍ୱରେ ଦଳ ଓଡ଼ିଶାରେ ନିର୍ବାଚନ ଲଢ଼ିବ ବୋଲି  ରାଜେଶ ପୁତ୍ରା କହିଛନ୍ତି । କୋରାପୁଟରେ ରାଜେଶ ପୁତ୍ରା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏହି ସୂଚନା ଦେଇଛନ୍ତି ।

- Advertisement -

କୋରାପୁଟ, ରାୟଗଡା, ମାଲକାନଗିରି,ଗଜପତି , ଗଞ୍ଜାମ ଓ ନବରଙ୍ଗପୁରରେ ଦଳ ମୁଖ୍ୟତଃ ପ୍ରାର୍ଥୀ ଦେବ । ଏଠାରେ ତେଲଗୁ ଭାଷାଭାଷୀ ଲୋକ ଅଧିକ ଥିବାରୁ ଦଳ ପାଇଁ ଲାଭ ଦାୟକ ହେବ ବୋଲି ସେ କହିଛନ୍ତି ।  ଦଳର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଖୁବ ଶୀଘ୍ର ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିବେ ବୋଲି ସେ କହିଛନ୍ତି ।

ତେଲଗୁ ଦେଶମ ପାର୍ଟି ଓଡ଼ିଶାର ନିର୍ବାଚନ ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ ବୋଲି ବିଜେଡି, କଂଗ୍ରେସ ଓ ବିଜେପି ଦଳର ନେତାମାନେ ପ୍ରକାଶ କରିଛନ୍ତି ।

ତେଲଗୁ ଦେଶମ ପାର୍ଟି ବିଧାନସଭା ନିର୍ବାଚନରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବିଜେଡି ନେତା ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ତେଲଗୁ ଦେଶମ ପାର୍ଟି ନିର୍ବାଚନ ଲଢ଼ିଲ ବିଶେଷ ପ୍ରଭାବ ପକାଇବ ନାହିଁ , ମାତ୍ର ବିଜେଡିର କ୍ଷତି ଓ କଂଗ୍ରେସର ଲାଭ ହୋଇପାରେ ବୋଲି କଂଗ୍ରେସ ନେତା ତଥା ବିରୋଧିଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି । ଓଡ଼ିଶା ରାଜନିତୀରେ ତେଲଗୁ ଦେଶମ ପାର୍ଟି ଆଦୌ ପ୍ରଭାବ ପକାଇବ ନାହିଁ ବୋଲି ବିଜେପି ନେତା ଭୃଗୁ ବକ୍ସି ପାତ୍ର ସୂଚନା ଦେଇଛନ୍ତି ।

ତେଲଗୁ ଦେଶମ ପାର୍ଟି ଓଡ଼ିଶାରେ ପ୍ରାର୍ଥୀ ଦେବା ବିଷୟରେ ଘୋଷଣା କରିବା ବେଳେ ତୃଣମୂଳ କଂଗ୍ରେସ ବି ଓଡ଼ିଶାରେ ନିର୍ବାଚନରେ  ଭାଗ ନେବ ବୋଲି ଏହାର ନେତ୍ରୀ ମମତା ବାନାର୍ଜୀ  ସୂଚନା ଦେଇଛନ୍ତି ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories