www.samajalive.in
Monday, December 8, 2025
27.1 C
Bhubaneswar

ବିଶ୍ବ ଦେଖିବ ଶିଳ୍ପୀଗ୍ରାମ ରଘୁରାଜପୁର

ଭୁବନେଶ୍ବର : ଦିଲ୍ଲୀରେ ଝଲସିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଚଳିତ ସାଧାରଣତନ୍ତ୍ର ଦିବସରେ ବିଶ୍ବବାସୀ ଦେଖିବେ ପୁରୀ ଜିଲା ରଘୁରାଜପୁର ଶିଳ୍ପୀଗ୍ରାମ ମଡେଲ। ଗୁରୁବାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଚୂଡ଼ାନ୍ତ ତାଲିକାରେ ଓଡ଼ିଶାର ମଡେଲ ମନୋନୀତ ହୋଇଥିବା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯିବା ସହ ଏ ସମ୍ପର୍କିତ ମାର୍ଗଦର୍ଶିକା ବି ପଠାଯାଇଛି।

ଚଳିତ ବର୍ଷର ବିକଶିତ ଭାରତ ପ୍ରସଙ୍ଗରେ ଓଡ଼ିଶା ସଂସ୍କୃତିର ଚିତ୍ର ପ୍ରତିଫଳିତ ହେବ। ମେଢ଼ର ସମ୍ମୁଖ ଭାଗରେ ପଟଚିତ୍ରରେ ସ୍ଥାନିତ କନ୍ଦର୍ପ ହାତୀ ରହିବ ଓ ପଛ ଭାଗରେ ଶିଳ୍ପୀଗ୍ରାମ ରଘୁରାଜପୁରର ଚିତ୍ର, ମୁଖା, ପଟଚିତ୍ର, ମାଟିକାନ୍ଥ ପ୍ରଭୃତି ସ୍ଥାନିତ ହେବ। ମେଢ଼ ମାଧ୍ୟମରେ ମହିଳା ସଶକ୍ତୀକରଣର ବାର୍ତ୍ତା ମଧ୍ୟ ଦେବାକୁ ପ୍ରୟାସ କରାଯିବ। ପଟଚିତ୍ର ମାଧ୍ୟମରେ ଗ୍ରାମର ମହିଳା କିପରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ତାହା ଏଥିରେ ପ୍ରଦର୍ଶିତ ହେବ। ସମ୍ବଲପୁରୀ ନୃତ୍ୟ-ସଙ୍ଗୀତ ବି ମେଢ଼କୁ ସମୃଦ୍ଧ କରିବ। ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ତତ୍ତ୍ବାବଧାନରେ ଇମାଜରି ସଂସ୍ଥାର ଶିଳ୍ପୀ କୀର୍ତ୍ତିକିଶୋର ମହାରଣା ଏହି ମେଢ଼ ପ୍ରସ୍ତୁତ କରୁଛନ୍ତି। ଏହାର ପ୍ରଚ୍ଛଦପଟରେ ରହିଛନ୍ତି ବିଶିଷ୍ଟ ଶିଳ୍ପୀ, ଓଡ଼ିଶା ଲଳିତ କଳା ଏକାଡେମୀର ପୂର୍ବତନ ସଚିବ ଗଜେନ୍ଦ୍ର ସାହୁ। ତାଙ୍କର ଦିଗ୍‌ଦର୍ଶନରେ ଶିଳ୍ପୀ କୀର୍ତ୍ତିକିଶୋର ମେଢ଼ ପ୍ରସ୍ତୁତ କରୁଛନ୍ତି। ସୂଚନାଯୋଗ୍ୟ, ଶିଳ୍ପୀ ଶ୍ରୀ ସାହୁଙ୍କ ଦ୍ବାରା ୨୦୦୯ରେ ଖଣ୍ଡଗିରି-ଉଦୟଗିରି, ୨୦୧୫ରେ ନୌବାଣିଜ୍ୟ ପରମ୍ପରା, ୨୦୧୬ରେ ଦୋଳ ମେଲଣ, ୨୦୨୦ରେ ଶ୍ରୀଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥ ମଡେଲ ଦିଲ୍ଲୀରେ ପ୍ରଦର୍ଶିତ ହୋଇ ଓଡ଼ିଶାର ଟେକ ରଖିବାରେ ସଫଳ ହୋଇଥିଲା। ୨୦୨୦ରେ ଓଡ଼ିଶା ମେଢ଼କୁ ୨ୟ ପୁରସ୍କାର ମିଳିଥିବାବେଳେ ସାଂସ୍କୃତିକ ଦଳ ପ୍ରଥମ ପୁରସ୍କାର ହାସଲ କରିଥିଲା। ସେହିପରି କଳାକାରମାନେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣକ୍ରମେ କାର୍ଯ୍ୟକ୍ରମ ପରିବେଷଣର ସୁଯୋଗ ପାଇଥିଲେ।
ଦିଗ୍‌ଦର୍ଶକ ଶିଳ୍ପୀ ଶ୍ରୀ ସାହୁ କହିଛନ୍ତି, ଆଜି ଚୂଡ଼ାନ୍ତ ତାଲିକା ପ୍ରକାଶ ପରେ ବହୁତ ଖୁସି ଲାଗୁଛି। ଦୀର୍ଘ ଦିନର ଶ୍ରମ ସାର୍ଥକ ହୋଇଛି। ଶିଳ୍ପୀ ତଥା ବି.କେ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପୂର୍ବତନ ଛାତ୍ର କୀର୍ତ୍ତିକିଶୋର କହିଛନ୍ତି, ଓଡ଼ିଶାକୁ ବିଶ୍ବ ଦରବାରରେ ପହଞ୍ଚାଇବାର ସୁଯୋଗ ମିଳିବା ନିଶ୍ଚିତ ଭାବେ ଉଲ୍ଲେଖନୀୟ। ଏହାକୁ ଅଧିକରୁ ଅଧିକ ଆକର୍ଷଣୀୟ କରିବା ଦିଗରେ ପ୍ରୟାସ କରିବୁ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories