www.samajalive.in
Monday, December 8, 2025
20.1 C
Bhubaneswar

ରେଲୱେ ଠିକାସଂସ୍ଥାର ମନମୁଖୀ କାର୍ଯ୍ୟ; ବିନା ଅନୁମତିରେ ଚାଲିଛି ମୁରୁମ ଖନନ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ବୀରନରସିଂହପୁର ଆରଆଇ ସର୍କଲର ବୀରନରସିଂପୁର, ଗ୍ରାମ୍ୟ ଜଙ୍ଗଲ ସହିତ ବିଭିନ୍ନ ସରକାରୀ ଜମିରୁ ଏଆରଏସଏସ ନାମକ ରେଲୱେ ଠିକାସଂସ୍ଥା ଦିନ ଦ୍ୱିପ୍ରହରରେ ବେନିୟମଭାବେ ମୁରୁମ ଉତ୍ତୋଳନ ଚଳେଇଥିବା ଦେଖିବାକୁ ମିଳିଛି। ଦୀର୍ଘଦିନ ହେଲା ଠିକାସଂସ୍ଥା ଦ୍ୱାରା ବେନିୟମଭାବେ ମୁରୁମ ଉତ୍ତୋଳନ ଯୋଗୁଁ ଗୋଟିଏ ପଟେ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ କ୍ଷତି ଘଟୁଛି। ଅନ୍ୟପଟେ ଜଙ୍ଗଲ ଧ୍ୱଂସ ପାଉଥିବା ଦେଖିବାକୁ ମିଳିଛି। ଏହା ସହିତ ଠିକାସଂସ୍ଥା କାହା ସାହସରେ ଏଭଳି ବେନିୟମ କାର୍ଯ୍ୟ କରୁଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରକାଶ ଯେ, ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ହରଭଙ୍ଗା ତହସିଲର ବୀରନରସିଂହପୁର ଅଞ୍ଚଳରେ ଏଆରଏସଏସ ନାମକ ରେଲୱେ ଠିକାସଂସ୍ଥା ଏହାର ନିର୍ମାଣ କାର୍ଯ୍ୟ ଚାଲୁରଖିଛି। ରେଳପଥ ନିର୍ମାଣ କାର୍ଯ୍ୟ ପାଇଁ ଠିକାସଂସ୍ଥା ଆବଶ୍ୟକଥିବା ଶହ ଶହ ଟ୍ରିପ୍ ମୁରୁମ ଏବଂ ମାଟି ବିନା ଅନୁମତିରେ ନିକଟସ୍ଥ ଜଙ୍ଗଲ, ପାହାଡରୁ ଉତୋଳନ କରି ରାଜସ୍ୱ ଫାଙ୍କିବାରେ ସକ୍ଷମ ହୋଇଛି। ଏହାଦ୍ୱାରା ପ୍ରଚୁର ପରିମାଣରେ ରାଜସ୍ୱ କ୍ଷତି ଘଟୁଥିବାବେଳେ ଗଭୀର ମୁରୁମ ଏବଂ ମାଟି ଖନନ ଯୋଗୁଁ ସରକାର ସେସ୍‌‌ ରେଣ୍ଟ, ଡେଡ୍‌‌ରେଣ୍ଟ ଏବଂ ସରଫେସ୍‌‌ ରେଣ୍ଟ ବାବଦକୁ ପାଖାପାଖି ୨୩ପ୍ରତିଶ୍ରତ ରାଜସ୍ୱ କ୍ଷତି ଘଟୁଛି। ଏ ଦିଗରେ ତହସିଲ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ଉଠୁଛି। ଏ ସର୍ମ୍ପକରେ ହରଭଙ୍ଗା ତହସିଲଦାର ଶିବାନୀ ଦାସଙ୍କୁ ପଚାରିବାରୁ ମୁଁ ମୁରୁମ ଖନନ ପାଇଁ କାହାକୁ ଅନୁମତି ଦେଇନାହିଁ ବୋଲି କହିଥିଲେ। ଏ ଦିଗରେ ଆରଆଇଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା କହିଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories