www.samajalive.in
Monday, December 8, 2025
20.1 C
Bhubaneswar

ଓଡ଼ିଶାରେ ଆତଙ୍କବାଦୀ! ୨୦୧୮ ମସିହାରେ ଓଡ଼ିଶା ପୁଲିସ ଅଣଦେଖା କରିଥିଲା, ଆଜିପର୍ଯ୍ୟନ୍ତ ଆରାମରେ ଚଳାଇଥିଲା ରାଜ୍‌

ଅଭିଯୁକ୍ତକୁ ଗୁଇନ୍ଦା ବିଭାଗର ଜେରା
ଭୁବନେଶ୍ବର : ଯାଜପୁର ଜିଲା ନେଉଳପୁରରୁ ଗିରଫ କାଶ୍ମୀରର ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ଇଶାନ ବୁଖାରୀ ଏବେ କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର କାର୍ଯ୍ୟବଳ(ଏସ୍‌ଟିଏଫ୍‌) ହେପାଜତରେ। କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ (ସିଆଇବି)ର ୩ଜଣିଆ ଦଳ ଭୁବନେଶ୍ବରରେ ପହଞ୍ଚି ତାକୁ ମାରାଥନ୍‌ ଜେରା କରିଛନ୍ତି। ଦେଶ ବିରୋଧୀ କାର୍ଯ୍ୟକଳାପ, ଆତଙ୍କବାଦୀ ସମ୍ପର୍କ ଓ ଅନ୍ତର୍ଜାତୀୟ ନିଶା କାରବାର ନେଇ ଅଭିଯୁକ୍ତକୁ ସିଆଇବି ଅଧିକାରୀ ପଚରାଉଚରା କରିଥିବା ଜଣାପଡ଼ିଛି। ପଞ୍ଜାବରୁ ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ଦଳ ଭୁବନେଶ୍ବରରେ ପହଞ୍ଚିଛନ୍ତି। ‌ଏହି ଦଳ ବୁଖାରୀକୁ ପଚରାଉଚରା କରିବେ। ସେପଟେ ବୁଖାରୀର ସ୍ତ୍ରୀକୁ ଏସ୍‌ଟିଏଫ୍‌ ନୋଟିସ କରିଥିବା ସୂଚନା ମିଳିଛି। ସ୍ବାମୀ-ସ୍ତ୍ରୀଙ୍କୁ ମୁହାଁମୁହିଁ ଜେରା କରିବା ଲାଗି ତଦନ୍ତକାରୀ ସଂସ୍ଥା ଯୋଜନା କରିଛି। ଏ ସଂକ୍ରାନ୍ତରେ ଏସ୍‌ଟିଏଫ ଏସ୍‌ପି କିଶୋର କୁମାର ପାଣିଗ୍ରାହୀ କହିଛନ୍ତି, ଜିମା ସମୟରେ ଠକେଇ ଘଟଣାର ତଦନ୍ତ କରିବା ସହ ଆବଶ୍ୟକ ପଡ଼ିଲେ ତାଙ୍କ ପତ୍ନୀଙ୍କୁ ପଚରାଉଚରା କରାଯିବ। ବୁଖାରୀକୁ ଗିରଫ କରିବା

ପରେ ଏସ୍‌ଟିଏଫ୍‌ ତାକୁ ଅଦାଲତ ଚାଲାଣ କରିଥିଲା। ଅଭିଯୁକ୍ତର ଅପରାଧ ପୃଷ୍ଠଭୂମି ଯାଞ୍ଚ ପରେ ପାକିସ୍ତାନ ଓ କେରଳର କିଛି ଯୁବକ ଏବଂ ଯୁବତୀଙ୍କ ସହ ତା’ର ସମ୍ପର୍କ ଥିବା ପଦାକୁ ଆସିଥିଲା। ବୁଖାରୀ ନାମରେ କାଶ୍ମୀର ଅଞ୍ଚଳର ଏକାଧିକ ଥାନାରେ ଠକେଇ ମାମଲା ରହିଛି। ଲକ୍ଷ୍ମୌରେ ତା’ ବିରୋଧରେ ନିର୍ଯାତନା ମାମଲା ଥିବା ସାମ୍ନାକୁ ଆସିଛି। ସେ ନିଜକୁ ଜଣେ ପ୍ରତିଷ୍ଠିତ ଡାକ୍ତର ପରିଚୟ ଦେଇ ଜଣଙ୍କ ପରେ ଜଣେ ଯୁବତୀଙ୍କୁ ବିବାହ କରିଥିଲା। ଏହିପରି ସେ ୭ଜଣଙ୍କୁ ବିବାହ କରିଥିବାବେଳେ ୧୨ଜଣଙ୍କୁ ତା’ ପ୍ରେମ ଜାଲରେ ଫସାଇଥିଲା। ପାକିସ୍ତାନ ଓ କେରଳ ଯୁବକ ଏବଂ ଯୁବତୀଙ୍କ ସହ ସମ୍ପର୍କକୁ ନେଇ ତଦନ୍ତକାରୀ ସଂସ୍ଥାର ସନ୍ଦେହ ସୃଷ୍ଟି ହୋଇଛି। ସିଆଇବି ତାକୁ ପଚରାଉଚରା କରୁଛି। ସେପରି ଆତଙ୍କୀ ସମ୍ପର୍କ ଥିବା ସୁରାକ ମିଳିଲେ ଏନ୍‌ଆଇଏ ଦଳ ମଧ୍ୟ ଭୁବନେଶ୍ବର ଆସି ବୁଖାରୀକୁ ଜେରା କରିବ ବୋଲି ଜଣାପଡ଼ିଛି। ବୁଖାରୀ ଏବେ ଏସ୍‌ଟିଏଫ୍‌ର ୫ ଦିନିଆ ଜିମାରେ ରହିଛି। ତଦନ୍ତକାରୀ ଅଧିକାରୀ ମଧ୍ୟ ତାକୁ ଆତଙ୍କୀ ସମ୍ପର୍କ ନେଇ ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଛନ୍ତି।

- Advertisement -

ଯାଜପୁର ଧର୍ମଶାଳାର ସ୍ବର୍ଗତ ସାମ୍ୱାଦିକ ସେକ୍‌ ଦିଲଦାର ଚାନ୍ଦଙ୍କ ପରିବାର ବୁଖାରୀ ନାମରେ ସାଙ୍ଘାତିକ ଅଭିଯୋଗ କରିଛନ୍ତି। ୨୦୧୮ରେ ବୁଖାରୀର ଚାଲି ଚଳନରେ ସନ୍ଦେହ ହେବାରୁ ଦିଲଦାର ଧର୍ମଶାଳା ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ଇସାନ ବୁଖାରୀକୁ ଥାନାକୁ ଡାକି ପଚରାଉଚରା ପରେ ଛାଡ଼ି ଦେଇଥିଲା। ଯାହାଫଳରେ ଆଜି ପର୍ଯ୍ୟନ୍ତ ବୁଖାରୀ ମିଲତନଗରରେ ରହି ଏହିଠାରୁ ତା’ର ଆତଙ୍କୀ କାର୍ଯ୍ୟକଳାପ ଜାରି ରଖିଥିଲା ବୋଲି ସେମାନେ ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ବୁଖାରୀର ପତ୍ନୀ ପରବିନ ଦିଲଦାରଙ୍କ ନାମରେ ଥାନାରେ ଦୁର୍ବ୍ୟବହାର କରିବା ନେଇ ଅଭିଯୋଗ କରିଥିଲା। ଦିଲଦାରଙ୍କ ପତ୍ନୀ ବୁଖାରୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories