www.samajalive.in
Monday, December 8, 2025
20.1 C
Bhubaneswar

ଧାମରାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ସ୍ୱଚ୍ଚ ଭାରତ ଏବଂ ସାମାଜିକ ସଚେତନତା କାର୍ଯ୍ୟକ୍ରମ

ଧାମରା: ଧାମରା ଅଂଚଳରେ ଏକ ସ୍ୱଚ୍ଛ ଭାରତ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ଧାମରା,ଜଗୁଳା ପଂଚାୟତରେ କିପରି ସ୍ୱଚ୍ଛ ରହିବା ଦରକାର ଏବଂ ଏହାର ଉପକାରିତା ବିଷୟରେ ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଏହି ୨ଟି ପଂଚାୟତରେ ସାଧାରଣ ଜନତାଙ୍କୁ ସଚେତନତା କରିଥିଲେ। ଏହାସହିତ ଯୌତୁକ ନିବାରଣ, ନିଶା ନିବାରଣ, ସାମାଜିକ ଗଣମାଧ୍ୟମ ଜରିଆରେ ହେଉଥିବା ଠକାମୀ ଆଦି ବିଭିନ୍ନ ସାମାଜିକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କରାଇଥିଲେ। ଶତାଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଏହି ଶୋଭାଯାତ୍ରା ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ବାହାରି ଧାମରା ବଜାର ଧାମରାଇ ମତ୍ସ୍ୟପୋତଶ୍ରୟ, ଧାମରା ଠାରେ ଥିବା ବିଭିନ୍ନ ସରକାରୀ ଏବଂ ବେସରକାରୀ ବ୍ୟାଙ୍କ ଶାଖା, ଧାମରା ପଂଚାୟତ ଏବଂ ଜାଗୁଳା ପଂଚାୟତ ପରିକ୍ରମା କରିଥିଲା।

ଆଜିର ଏହି ରାଲି ଏବଂ ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ଦାସ ନେତୃତ୍ୱ ନେଇଥିବା ବେଳେ ବିଦ୍ୟାଳୟର ଅଧ୍ୟାପକ ବିଜୟ କୁମାର ସାହୁ, ରାଜେନ୍ଦ୍ର ନାରାୟଣ ରାଉତ, ବିଜୟ କୁମାର ରାଉତ, ମମତା ପାଢୀ, ଲକ୍ଷ୍ମୀଧର ବେହେରା, ମନୋରଞନ ମଲିକ, ରାଜା ଦାସ, ନିଶାକର ପାତ୍ର, ମହିମା ପଲେଇ, ଉଶାରାଣୀ ବେହେରା, ଜଗନ୍ନାଥ ଦାସ, ମାନସ ରଞନ ଦାସ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ସଂପାଦନା କରିଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories