www.samajalive.in
Monday, December 8, 2025
27.1 C
Bhubaneswar

ଫ୍ରିଜ୍‌‌ରେ ଖାଦ୍ୟ ରଖୁଥିଲେ : ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ..

ଫ୍ରିଜରେ ସାଧାରଣତଃ ଫଳ, କଞ୍ଚା ପନିପରିବା,କ୍ଷୀର ଠାରୁୁ ଆରମ୍ଭ କରି ଅଧିକାଂଶ ବଳକା ଖାଦ୍ୟକୁ ମଧ୍ୟ ଫ୍ରିଜରେ ରଖି ଥାଆନ୍ତି। କେତେକ ସମୟରେ ଦେଖାଯାଏ ଲୋକେ ଗୋଟିଏ ଖାଦ୍ୟକୁ ୨ରୁ୩ ଦିନ ରଖି ମଧ୍ୟ ଖାଇଥାଆନ୍ତି। ମାତ୍ର ଫ୍ରିଜରେ ମଧ୍ୟ ଖାଦ୍ୟକୁ ସଠିକ୍‌‌ ଶୈଳୀରେ ରଖିବା ଆବଶ୍ୟକ। ଫ୍ରିଜରେ କଦାପି ପ୍ଲାଷ୍ଟିକ୍‌‌ ଡବାରେ ଖାଦ୍ୟ ରଖନ୍ତୁ ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ମାତ୍ର ଷ୍ଟିଲ୍‌‌ କିମ୍ବା କାଚ ପାତ୍ରରେ ଖାଦ୍ୟ ରଖିପାରିବେ।
ଫ୍ରିଜରେ ଖାଦ୍ୟକୁ କଦାପି ପ୍ଲାଷ୍ଟିକ ଡବାରେ ରଖିବା ଉଚିତ ନୁହେଁ। ଏଥିରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ୨୪ ଘଣ୍ଟା ରହିବା ପରେ ଏହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।
ଫ୍ରିଜରେ ଖାଦ୍ୟକୁ ସର୍ବଦା ଘୋଡାଇ ରଖନ୍ତୁ। କାଚ ଓ ଷ୍ଟିଲ୍‌‌ ପାତ୍ରରେ ରଖୁଥିଲେ ଏହାର ଖୋଳ ଦେଇ ରଖନ୍ତୁ। ଫ୍ରିଜରେ ପ୍ରସ୍ତୁତ ଖାଦ୍ୟକୁ ଖୋଲା ରଖିବା ଦ୍ୱାରା ଅନ୍ୟ କଞ୍ଚାପନିପରିବା, ଫଳ ଓ ଅନ୍ୟାନ୍ୟ ଜିନିଷର ବାସ୍ନା ଖାଦ୍ୟ ଉପରେ ପ୍ରଭାବ ପକାଏ। ଖାଦ୍ୟର ସ୍ୱାଦରେ ମଧ୍ୟ ପରିବର୍ତ୍ତନ ହୋଇଥାଏ। ତେଣୁ ଖାଦ୍ୟକୁ ସର୍ବଦା ବନ୍ଦ କଣ୍ଟେନର ଭିତରେ ରଖନ୍ତୁ।
ଫ୍ରିଜରେ ରଖୁଥିବା ଖାଦ୍ୟକୁ ୨୪ ଘଣ୍ଟା ମଧ୍ୟରେ ଖାଆନ୍ତୁ। ଏହାକୁ ୨ ରୁ ୩ ଦିନ ରଖି ଆଦୌ ଖାଆନ୍ତୁ ନାହିଁ। ୨ରୁ୩ ଦିନ ରହିବା ଦ୍ୱାରା ଖାଦ୍ୟରେ ବିଭିନ୍ନ ପ୍ରକାର ବ୍ୟାକ୍ଟେରିଆ ସୃଷ୍ଟି ହେବା ସହ ଏହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories