ଲିଙ୍ଗରାଜ ମନ୍ଦିର ନିକଟ ଏସବିଆଇ ଏଟିଏମ୍‌‌ରୁ ୧୫ ଲକ୍ଷ ଲୁଟ୍‌‌

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଏସବିଆଇ ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟ୍‌‌ ହୋଇଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟ ଏସବିଆଇ ଏଟିଏମରୁ ଏହି ଲୁଟ ହୋଇଛି। ରବିବାର ବିଳମ୍ବିତ ରାତିରେ ଏହି ଲୁଟ୍‌‌ ହୋଇଛି। ଗ୍ୟାସ୍‌‌ କଟରରେ କାଟି ଲିଙ୍ଗରାଜ ମନ୍ଦିର ନିକଟ ହାଟସାହିରେ ଥିବା ଏଟିଏମ୍‌‌ରୁ ପ୍ରାୟ ୧୫ ଲକ୍ଷ ଦୁର୍ବୃତ୍ତ ଲୁଟି ନେଇଛନ୍ତି। ଖବର ପାଇ ଲିଙ୍ଗରାଜ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଛାନ୍‌‌ଭିନ୍‌‌ ଆରମ୍ଭ କରିଛି।

Comments are closed.