www.samajalive.in
Monday, December 8, 2025
20.1 C
Bhubaneswar

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜଗତସିଂହପୁର ବନ୍ଦ

ଜଗତସିଂହପୁର: ଜିଲ୍ଲାର ଲୋକ ସଂଖ୍ୟା ୧୩-୧୪ ଲକ୍ଷରୁ ଅଧିକ। ଜଗତସିଂହପୁର ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗୁରୁବାର ସକାଳ ୫ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜଗତସିଂହପୁର ସହର ବନ୍ଦ ପାଳନ କରାଯାଉଛି। ଏହି ଆନ୍ଦୋଳନରେ ସମସ୍ତ ରାଜନୈତିକ ଦଳ, ନବନିର୍ମାଣ କୃଷକ ସଂଗଠନ, ବିଭିନ୍ନ ବଜାର କମିଟି ଓ ୩୫ରୁ ଊର୍ଦ୍ଧ୍ବ ସାମାଜିକ ସଂଗଠନ ସାମିଲ ହୋଇଛନ୍ତି। ନଭେମ୍ବର ମାସ ୩ ତାରିଖ ଦିନ ଜଗତସିଂହପୁର ମେଡିକାଲ ସମ୍ମୁଖରେ ଧାରଣା ଦିଆଯାଇଥିଲା, ଏଥିରେ ଜିଲ୍ଲାର କୋଣ ଅନୁକୋଣରୁ ୩୦୦ରୁ ଊର୍ଦ୍ଧ୍ବ ଲୋକ ଯୋଗ ଦେଇଥିଲେ, ସେହି ନିଷ୍ପତ୍ତି ଅନୁଯାୟୀ ଏହି ଆନ୍ଦୋଳନ କରାଯାଉଛି।

ଗୁରୁବାର ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଜରୁରୀକାଳୀନ ସେବାକୁ ବାଦ୍‌ ଦିଆଯାଇ ସମସ୍ତ ଦୋକାନ ବଜାର ବନ୍ଦ ସହ ରାସ୍ତଘାଟ ଶୂନଶାନ ରହିଛି। ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ପିକେଟିଂ କରୁଥିବା ଦେଖିବାକୁ ମିଳିଛି। ତେବେ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

- Advertisement -

ସୂଚନାଯୋଗ୍ୟ, କଟକ ଜିଲ୍ଲା ବିଭାଜନ ହୋଇ ୪ ଜିଲ୍ଲା ହେଲା ତନ୍ମଧ୍ୟରୁ ଜଗତସିଂହପୁରକୁ ବାଦ ଦେଇ ଅନ୍ୟ ସବୁଠାରେ ମେଡିକାଲ କଲେଜ ଖୋଲିଲାଣି ଅବା ଖୋଲିବାକୁ ଯାଉଛି। ନିକଟରେ ଯାଜପୁର ଜିଲ୍ଲାରେ ଶହ ଶହ କୋଟି ଟଙ୍କାର ମେଡିକାଲ କଲେଜ ଉଦଘାଟନ ହେବାକୁ ଯାଉଛି। କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସମସ୍ତ ରାଜନୈତିକ ଦଳ ମିଶି ମେଡିକାଲ କଲେଜ ପାଇଁ ଆନ୍ଦୋଳନ କଲେ ଏବଂ ସେଠାରେ ନିକଟରେ ତାହା ହେବାକୁ ଯାଉଛି କିନ୍ତୁ ଜଗତସିଂହପୁର ଜିଲ୍ଲାରେ ହୋଇନାହିଁ। ଯାହା ନିହାତି ଆବଶ୍ୟକ।

ପଲ୍ଲୀ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଆମ ଡାକ୍ତରଖାନାର ଉନ୍ନତି ହୋଇଛି। ମେଡିକାଲ କଲେଜ ପାଇଁ ପଲ୍ଲୀ ସ୍ବାସ୍ଥ୍ୟକେନ୍ଦ୍ରର ଆବଶ୍ୟକତା ଅଛି, ସେଠାରେ ଡାକ୍ତର, ନର୍ସ ମାନଙ୍କୁ ଟ୍ରେନିଂ ଦିଆଯାଏ, ରୋଗ ନିରାକରଣ ପାଇଁ ଜନସଚେତନତା କାର‌୍ୟ୍ୟକ୍ରମ ହୁଏ, ଏହା ୧୯୫୫ ମସିହାରୁ ଅଛି, ତାହାକୁ ୨ୟ ଥର ପାଇଁ ଉଠାଇନେଵା ଲାଗି ଉଦ୍ୟମ ହେଉଛି। ଏହାକୁ ବିରୋଧ କରି ଏହି ବନ୍ଦ ପାଳନ କରାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories