www.samajalive.in
Monday, December 8, 2025
27.1 C
Bhubaneswar

ମଲା ମାଛ ଦେଖି ବଞ୍ଚିଗଲେ ଗ୍ରାମବାସୀ- କୂଅରେ ଏପରି କରିଥିଲେ ଦୁର୍ବୃତ୍ତ

ପାଟଣା – ମଲା ମାଛ ଯୋଗୁଁ ଅନେକ ଲୋକଙ୍କର ଜୀବନ ବଞ୍ଚିଯାଇଛି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ବଡ଼ ନୂଆଗାଁ ଡ଼ଙ୍କାସାହି ଏକ କୂଅକୁ ଜବର ଦଖଲ କରିବା ଉଦ୍ଦେଶ୍ୟରେ ବାଇଦବଜା ର ଜଣେ ବ୍ୟକ୍ତି ଏହି କୂଅରେ ବିଷ ପକାଇ ଦେଇଥିବା ଅଭିଯୋଗ ହୋଇଛି । ଏହା ଦ୍ୱାରା ପାଣି ପିଇବା ଗ୍ରାମବାସୀ ଙ୍କ ପାଇଁ ବିପଦଜନକ ହୋଇପଡିଛି ।

ସୂଚନାରୁ ଅନୁଯାୟୀ ବିଗତ ୩୦ବର୍ଷରୁ ଅଧିକ ଦେବ ବଡ଼ ନୂଆଗାଁ ଡ଼ଙ୍କାସାହି ରେ ପଞ୍ଚାୟତ ତରଫରୁ ଏକ ପଥର କୂଅ ତିଆରି ହୋଇଥିଲା । ଡ଼ଙ୍କାସାହି ର ଲୋକେ ମାନେ ମଧ୍ୟ ଏହି ପଞ୍ଚାୟତ କୂଅ ରୁ ପାଣି ବ୍ୟବହାର ଚଳି ଆସୁଛନ୍ତି । ବାଇଦବଜା ଗ୍ରାମର ଜଣେ ବ୍ୟକ୍ତିଙ୍କ ଜାଗାକୁ ଲାଗି କୂଅ ରହିଥିବାରୁ କୂଅଟିକୁ ଜବରଦଖଲ କରିବା ଆଶାରେ ସେ ମାଟି ପକାଇ ବନ୍ଦ କରିବାକୁ ଉଦ୍ୟମ କରିଥିଲେ । ଏହାକୁ ଡଙ୍କା ସାହିବାସୀ ବିରୋଧ କରିଥିଲେ । ଗ୍ରାମବାସୀ ସକାଳୁ କୂଅରୁ ପାଣି ନେବାକୁ ଆସି ଦେଖ ନ୍ତି କୂଅ ପାଣି ରେ ମାଛ ଗୁଡିକ ମରି ଭାସୁଥିଲେ । କୀଟନାଶକ ପକାଇ ଗ୍ରାମବାସୀ ଙ୍କ ପ୍ରତି କ୍ଷତି ଚାହୁଥିବା ଲୋକକୁ ପୁଲିସ ଧରି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବଡ଼ନୂଆଗାଁ ଡ଼ଙ୍କାସାହି ଲୋକେ ଦାବି କରିଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories