www.samajalive.in
Monday, December 8, 2025
17.1 C
Bhubaneswar

ହାତୀ ଉପଦ୍ରବ ; ଭାଙ୍ଗିଲେ ଘର, ଧାନ ଚାଉଳ ମାଡି ଚକଟି ନଷ୍ଟକଲେ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ଅଞ୍ଚଳରେ ଦୀର୍ଘଦିନ ହେଲା ଜଙ୍ଗଲି ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ଗତ ରବିବାର ବିଳମ୍ବିତ ରାତିରେ ଏକ ୧୦ ଟିକିଆ ହାତୀପଲ ମୂଷାନାଲ ବନ ବିଭାଗ ଅଧୀନରେ ଥିବା ଲାଞ୍ଜି ପଞ୍ଚାୟତ ଉମେଜ ଗ୍ରାମରେ ହାତୀପଲ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଦୀର୍ଘଦିନ ହେବ ଲାଞ୍ଜିଗଡ଼ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି।
ସୂଚନାନୁସାରେ ରବିବାର ବିଳମ୍ବିତ ରାତିରେ ଏକ ୧୦ ଟିକିଆ ହାତୀପଲ ଉମେଜ ଗାଁକୁ ପଶି କଳସ ସୁନାର ଘରର ଆବାସ ସମେତ ଏକ ସ୍କୁଟି ଗାଡି, ଦିନ ସୁନା, ବିମଳା ସୁନା ଏବଂ ନଟୁ ସୁନାଙ୍କର ଘର ସଂପୂର୍ଣ୍ଣ ଭାବେ ଭାଙ୍ଗି ଦେବା ସହିତ ଘରେ ଥିବା ଧାନ, ମାଣ୍ଡିଆ, କାନ୍ଦୁଲ ସମେତ ଆସବାବ ପତ୍ର ଦଳି ମକଚି ନଷ୍ଟ କରି ଦେଇଛନ୍ତି । କାଶ ସୁନା , ଚନ୍ଦ୍ରଶେଖର ସୁନା, ଧନୀୟ ସୁନା, ସୁନମା ସୁନା, କୃଷ୍ଣ ସୁନା ସମେତ ଦିନ ସୁନାଙ୍କ ପରିବାର ଲୋକଙ୍କର ଧାନ ନଷ୍ଟ କରି ଦେଇଛନ୍ତି । ଏ ସଂପର୍କରେ ସୂଚନା ପାଇବା ପରେ ସୋମବାର ସନ୍ଧ୍ୟାରେ ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀଙ୍କ ନେତୃତ୍ୱରେ ଫରେଷ୍ଟ ଗାର୍ଡ ଲୋଚନ ମାଝୀ ଏବଂ ବନବିଭାଗର ଏକ ଟିମ୍ ଘଟଣାସ୍ଥଳକୁ ଯିବା ସହିତ କ୍ଷୟକ୍ଷତିର ଆକଳନ କରିଥିଲେ । ହାତୀପଲ ଅଞ୍ଚଳରେ ଥିବା ଯୋଗୁଁ ଅଞ୍ଚଳବାସୀଙ୍କ ଠାରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଏଣୁ ଏ ସଂପର୍କରେ ବନବିଭାଗ ପକ୍ଷରୁ ତଦନ୍ତ କରାଯାଇ କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ଦିଆଯିବାକୁ ଦାବି ହେଉଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories