www.samajalive.in
Monday, December 8, 2025
20.1 C
Bhubaneswar

ନୂତନ ଶିକ୍ଷାନୀତି ସଂସ୍କାର-୨୦୨୩ ଶିକ୍ଷକ ପ୍ରଶିକ୍ଷଣ ଶିବିର

କେନ୍ଦୁଝରଗଡ଼: କେନ୍ଦୁଝର ସହର ଉପକଣ୍ଠ ନଇଗାଁସ୍ଥିତ ସେଣ୍ଟ ଜାୟିଭର୍ସ ସ୍କୁଲ ପରିସରରେ ରବିବାର ନୂତନ ଶିକ୍ଷାନୀତି ସଂସ୍କାର-୨୦୨୩ ନୂତନ ଶିକ୍ଷା ନୀତି ସଂସ୍କାର ଉପରେ ଶିକ୍ଷକଙ୍କ କ୍ଷମତା ନିର୍ମାଣ ଓ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସିବିଏସ୍‌‌ଇ ଦ୍ୱାରା ନିଯୁକ୍ତ କେନ୍ଦ୍ରାପଡ଼ା ଜିଲା ହରିହର ନନ୍ଦ ବାଳାଶ୍ରମର ଅଧ୍ୟକ୍ଷା ବୀଣାପାଣି ଦାସ ଓ କଟକ ଜିଲା ନିଆଳିସ୍ଥିତ ଏବିଏସ୍‌‌ ଅକ୍ସଫୋର୍ଡ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ଡ.ଅଭିରାମ ସାହୁ ପ୍ରଶିକ୍ଷକ ଭାବେ ଯୋଗଦେଇ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ବିକାଶ ନିମନ୍ତେ ଶିକ୍ଷାର ଗୁଣାତ୍ମକ ମାନ ଓ ପରିବର୍ତ୍ତିତ ଶିକ୍ଷାନୀତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ବିଦ୍ୟାଳୟର ଚେୟାରମ୍ୟାନ ଇଂ ଦେବବ୍ରତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଅଧ୍ୟକ୍ଷ ହିମାଂଶୁ ଶେଖର ଘଡେଇ ଶିବିର ପରିଚାଳନା କରିଥିଲେ। ପ୍ରାରମ୍ଭରେ ଶିକ୍ଷୟିତ୍ରୀ ସୌମ୍ୟା ସାହୁ ଓ ଶିକ୍ଷକ ଲଗ୍ନଜିତ ସାହୁ ଶିବିର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଇଂ ମୃତ୍ୟୁଞ୍ଜୟ ନାୟକ ଶିବିରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଶେଷରେ ଉପାଧ୍ୟକ୍ଷା ସଞ୍ଜୁକ୍ତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories