www.samajalive.in
Monday, December 8, 2025
27.1 C
Bhubaneswar

ରାସ୍ତାର ଶିଳାନ୍ୟାସ କଲେ ବିଧାୟକ

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅଳଗୁମ ନିକଟରେ ଦୁଇଟି ରାସ୍ତାର ଶିଳାନ୍ୟାସ ହୋଇଛି । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଏହି ଶିଳାନ୍ୟାସ କରିଛନ୍ତି । ଅଳଗୁମ ପୁର୍ତ୍ତବିଭାଗ ରାସ୍ତା ଠାରୁ ବଉଳ ସାହି ପର୍ୟ୍ୟନ୍ତ ରାସ୍ତା ନିମନ୍ତେ ଏକ କୋଟି ତିରିଶ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏଥିରେ ୨୧ ଶହ ମିଟର ପିଚୁ ଓ ଚାରି ଶହ ମିଟର ଗୋଡି ସିମେଣ୍ଟ ଢଳେଇ ରାସ୍ତା ନିର୍ମାଣ କରାଯିବ। ସେହିପରି ସୁରୁଜିପୁର ଠାରୁ ବରହମପୁର ରାସ୍ତା ନିମନ୍ତେ ୮୨ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ଉକ୍ତ ରାସ୍ତାରେ ଏଗାର ଶହ ମିଟର ଗୋଡି ସିମେଣ୍ଟ ଢଳେଇ ରାସ୍ତା କରାଯିବା ସହିତ ଚାରି ଶହ ମିଟର ପିଚୁ କରାଯିବ ବୋଲି ବିଭାଗୀୟ କନିଷ୍ଠଯନ୍ତ୍ରୀ ଓକିଲ ମହାପାତ୍ରଙ୍କ କହିଛନ୍ତି । ଉକ୍ତ ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଛଅ ମାସ ମଧ୍ୟରେ ରାସ୍ତା କାମ ସରିବ ବୋଲି ବିଭାଗୀୟ ଯନ୍ତ୍ରୀ କହନ୍ତି । ଏହି କାର୍ୟ୍ୟକ୍ରମରେ ସାଂସଦ ପ୍ରତିନିଧି ବିଜନ ମହାପାତ୍ର ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଉପାଧ୍ୟକ୍ଷ ବିକ୍ରମକେଶରୀ ଜେନା ଜିଲାପରିଷଦ ସଭ୍ୟ ଚନ୍ଦନା ରାୟ ପ୍ରମୁଖ ଜନସାଧାରଣ ଉପସ୍ଥିତ ଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories