www.samajalive.in
Monday, December 8, 2025
17.1 C
Bhubaneswar

ଫାଇନାନ୍ସ କମ୍ପାନୀର ୧୨ ବାଇକ୍ ଜାଳିଦେଲେ ଦୁର୍ବୁତ୍ତ, ଅଳ୍ପକେ ବର୍ତ୍ତିଲେ ୫ କର୍ମଚାରୀ

ରାୟଗଡା: ରାୟଗଡା ଜିଲା କାଶୀପୁର ବ୍ଲକର ଟିକିରିରେ ଦୁଇଟି ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ୧୨ଟି ମୋଟରସାଇକେଲ ଜାଳି ଦେଲେ ଦୁର୍ବୃତ୍ତ । ଟିକିରିସ୍ଥିତ ପତି କମ୍ପ୍ଲେକ୍ସ ନିକଟରେ ଥିବା ଫ୍ୟୁଜନ ଫାଇନାନ୍ସ ଓ ସ୍ପନ୍ଦନା ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ବାଇକ ପୋଡି ଦେଇଛନ୍ତି ଦୁର୍ବୁତ୍ତ । ବୁଧବାର ମଧ୍ୟରାତ୍ରିରେ କାର୍ଯ୍ୟାଳୟ ପରିସରରେ ରଖାଯାଇଥିବା ୧୨ଟି ବାଇକକୁ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେବା ସହ କର୍ମଚାରୀମାନେ ରହୁଥିବା ତଳ ମହଲା ଘରର ମୁଖ୍ୟ କବାଟ ବାହାର ପଟୁ ବନ୍ଦ କରି ଦେଇଥିଲେ । ଉପର ମହଲାରେ ରହୁଥିବା ଫ୍ୟୁଜନ ଫାଇନାନ୍ସ କମ୍ପାନୀର କର୍ମଚାରୀ ମନୁ ନାୟକ ନିଦରୁ ଉଠି ଦେଖିଲା ବେଳକୁ ଘର ବାହାରେ ନିଆଁ ଲାଗିଛି । ଏ ନେଇ ଅନ୍ୟ କର୍ମଚାରୀମାନଙ୍କୁ ଜଣାଇଥିଲେ । ତା’ପରେ ସମସ୍ତେ କବାଟ ଖୋଲି ପଦାକୁ ଆସିବାକୁ ଚେଷ୍ଟା କରିଥିଲେ ।

ହେଲେ କବାଟ ବାହାର ପଟୁ ବନ୍ଦ ଥିବାରୁ ବାହାରକୁ କେହି ବାହାରି ପାରିନଥିଲେ । ମୁହଁରେ ଗାମୁଛା ବାନ୍ଧି ବହୁକଷ୍ଟରେ ସେମାନେ ଛାତ ଉପରକୁ ଉଠିଥିଲେ । ଦେଖିଲା ବେଳକୁ ତଳେ ହୁତୁ ହୁତୁ ହୋଇ ବାଇକ ସବୁ ଜଳୁଛି । ଏହି ସମୟରେ ତଳ ଘରେ ଶୋଇଥିବା ସ୍ପନ୍ଦନ ଫାଇନାନ୍ସ କମ୍ପାନୀର ୫ କର୍ମଚାରୀ ନିଆଁ ଓ ଧୂଆଁ ଧାସରେ ଅଣନିଶ୍ୱସୀ ହୋଇ ଚିତ୍କାର କରୁଥିଲେ । ସେମାନଙ୍କୁ ଅନ୍ୟ କର୍ମଚାରୀମାନେ କବାଟ ଖୋଲି ଉଦ୍ଧାର କରିଥିଲେ । ଫଳରେ ସେମାନେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ। ଏ ସଂପର୍କରେ ଖବର ପାଇ କାଶିପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣା ସମ୍ପର୍କରେ ସ୍ପନ୍ଦନ ଫାଇନାନ୍ସ ବ୍ରାଞ୍ଚ ମ୍ୟାନେଜର ବିକ୍ରମ ପୁରୋହିତ ଟିକିରି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନିକଟରେ ଥିବା ସିସିଟିଭି ଫୁଟେଜ ଆଧାରରେ ପୁଲିସ ଅନୁସନ୍ଧାନ ଚଳାଇଥିବା ସୂଚନା ମିଳିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories