www.samajalive.in
Monday, December 8, 2025
17.1 C
Bhubaneswar

ପ୍ରିୟଙ୍କାଙ୍କୁ ପଛରେ ପକାଇଲେ ଆଲିଆ

ମୁମ୍ବଇ : ଆଲିଆ ଭଟ୍ଟ ଖୁବ କମ ବୟସରେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିର୍ଦ୍ଦେଶକ କରଣ ଜୋହରଙ୍କ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ ଚଳଚ୍ଚିତ୍ରରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏହି ନାୟିକା। ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ର ସଫଳତା ପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ।
ଖବରଅନୁସାରେ ୟୁ ଗୋଭସ୍‍ ଇନଫ୍ଲୁଏନ୍ସର ଇନଡେସ୍କ ୨୦୧୮ଜରିଆରେ ହୋଇଥିବା ରିସର୍ଚ୍ଚରେ ଆଲିଆ ଭଟ୍ଟଙ୍କୁ ଭାରତର ସବୁଠାରୁ ପ୍ରଭାବଶାଳି ସେଲିବ୍ରିଟିଙ୍କ ୧୦ଜଣିଆ ତାଲିକାରେ ସ୍ଥାନ ପାଇଛନ୍ତି। ଏହି ତାଲିକାରେ ଅମିତାଭ ବଚ୍ଚନ ପ୍ରଥମ ସ୍ଥାନରେ ରହିଛନ୍ତିି। ଦ୍ୱିତୀୟ ସ୍ଥାନରେ ଦୀପିକା ପାଦୁକୋନ ଏବଂ ପଞ୍ଚମ ସ୍ଥାନରେ ଅକ୍ଷୟ କୁମାର ରହିଛନ୍ତି। ସେହିଭଳି ଭାବରେ ଆଲିଆଙ୍କୁ ନବମ ସ୍ଥାନ ମିଳିଥିବା ବେଳେ ପ୍ରିୟଙ୍କାଙ୍କୁ ୧୦ମ ସ୍ଥାନ ମିଳିଛି। ଏହିଭଳି ଭାବରେ ପ୍ରିୟଙ୍କାଙ୍କୁ ପଛରେ ପକାଇଛନ୍ତି ଆଲିଆ। ଏହାସହିତ ଏହି ତାଲିକାରେ ଆଲିଆ ସବୁଠାରୁ କମ ବୟସ୍ମର ଥିବା ଦେଖାଯାଇଛି। ଆଲିଆ ଏବେ ‘କଲଙ୍କ’ ଏବଂ ‘ବ୍ରହ୍ମସ୍ତ୍ରର’ ସୁଟିଂରେ ବ୍ୟସ୍ତ ଅଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories