www.samajalive.in
Monday, December 8, 2025
27.1 C
Bhubaneswar

ଟ୍ରାକ୍ଟରକୁ ଧକ୍କା ଦେଲା କଣ୍ଟେନର; ଦୁଇ ମୃତ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ୫୩ନମ୍ବର ମୁଖ୍ୟ ଜାତୀୟ ରାଜପଥ ଆନନ୍ଦ କଲ୍ୟାଣ ମଣ୍ଡପ ନିକଟ ରାଜରାସ୍ତାର ବରଗଡ଼-ସମ୍ବଲପୁର ୱେ କୁବେଟା ଶୋ ରୁମ୍ ସାମ୍ନାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ହାରଭେଷ୍ଟର ସଜାଡ଼ିବାକୁ ଆସିଥିବା ଏକ ନମ୍ୱର ବିହୀନ ଟ୍ରାକ୍ଟରକୁ ପଛ ପଟୁ ଧକ୍କା ଦେଇଛି ବରଗଡ଼ରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ କଣ୍ଟେନର। ଏଥିସହ ନିକଟରେ ରହିଥିବା ଏକ କାରକୁ ମଧ୍ୟ ଧକ୍କା ଦେଇଥିବା ଜଣାପଡ଼ିଛି। ଫଳରେ ଟ୍ରାକ୍ଟରଟି ଚାରି ଥାକିଆ ରାଜରାସ୍ତା ପାରି ହୋଇ ଦୁଇଶହ ମିଟର ଦୂର ଏକ ବିଲ ଭିତରକୁ ପଶି ଯାଇଥିବା ବେଳେ ଘଟଣା ସ୍ଥଳରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି।

ଏନେଇ ଅତାବିରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହ ମୄତ ଦୁଇ ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇ ଦେଇଛି। ଅପରପକ୍ଷେ, କଣ୍ଟେନର ଚାଳକ ଫେରାର ମାରିଥିବା ଜଣାପଡିଛି। ତେବେ ମୃତ ଯୁବକ ଦ୍ବୟଙ୍କ ପରିଚୟ ମିଳିପାରିନାହିଁ । ଏନେଇ ପୁଲିସ ତଦନ୍ତ ଜାରି ରଖିଛି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories