www.samajalive.in
Monday, December 8, 2025
20.1 C
Bhubaneswar

ଦେଢ ବର୍ଷର ନାତୁଣୀକୁ ବୁଲାଉଥିବା ବେଳେ କାନାଡରେ ଭାରତୀୟ ବୃଦ୍ଧଙ୍କୁ ୧୭ଥର ଛୁରୀ ଭୁସିଲେ ଯୁବକ

ଟରୋଣ୍ଟୋ- ଭାରତରୁ କାନାଡା ନିଜ ପୁଅ ପାଖକୁ ଯାଇଥିବା ୬୬ ବର୍ଷିୟ ବ୍ୟକ୍ତିଙ୍କୁ କାନାଡର ଜଣେ ଯୁବକ ୧୭ ଥର ଛୁରି ଭୁସିଛନ୍ତି । ୬୬ ବର୍ଷିୟ ଦିଲ୍ଲୀପ କୁମାର ଧୋଲାନୀ ଗୁଜୁରାଟ ଅହମ୍ମଦାବାଦର ବାସିନ୍ଦା ।

ସେ ଟରୋଣ୍ଟୋରେ ରହୁଥିବା ପୁଅ ପାଖକୁ କିଛିଦିନ ପାଇଁ ବୁଲିବାକୁ ଯାଇଥିଲେ । ନିଜର ଦେଢ ବର୍ଷର ନାତୁଣୀକୁ ଧରି ସେ ବୁଲିବା ପାଇଁ ବାହାରିଥିଲେ । ତାଙ୍କୁ ୨୦ ବର୍ଷିୟ ନୋହା ଡେନୟର ନାମକ ଯୁବକ ଛୁରିରେ ଆକ୍ରମଣ କରିଥିଲେ । ଏହା ସତ୍ତ୍ୱେ ସେ ତାଙ୍କ ନାତୁଣୀକୁ ବଞ୍ଚାଇବା ସହ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ ।
ପାଖ ଆଖର ଲୋକ ସେଠାକୁ ଆସି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ।

- Advertisement -

ନୋହାଙ୍କ ନାମରେ ଆଗରୁ ଅନେକ ମାମଲା ରହିଛି । ସେ ଜଣେ ପେଷାଦାର ଅପରାଧି ବୋଲି ପୁଲିସ କହିଛି । ତେବେ କେଉଁ କାରଣରୁ ନୋହା ଏହି ବୃଦ୍ଧଙ୍କୁ ଆକ୍ରମଣ କଲା ତାହା ପୁଲିସ ଜାଣି ପାରିନାହିଁ । ଏବେ ଦିଲ୍ଲୀଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେ ଗୁରୁତର ଥିବା ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories