www.samajalive.in
Monday, December 8, 2025
27.1 C
Bhubaneswar

ସିବିଆଇ ପରେ ଆଇଟି ଓ ଇଡିକୁ ଆନ୍ଧ୍ର ନା କହିପାରେ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ସିବିଆଇଠାରୁ ତଦନ୍ତ ଅନୁମତି ପ୍ରତ୍ୟାହାର ପରେ ଏବେ ଆୟକର ବିଭାଗ(ଆଇଟି) ଓ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)କୁ ନା କହିପାରନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ। ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହିତ ଆଲୋଚନା ପରେ ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଆବେଦନ କରାଯିବ ବୋଲି ଜଣାପଡ଼ିଛି। ଏପରିକି ଇଡି ଓ ଆଇଟିକୁ ରାଜ୍ୟରେ କୌଣସି ତଦନ୍ତ ଅନୁମତି ନ ଦେବା ଲାଗି ଏକ ସର୍ବସମ୍ମତି ପାଇଁ ଚନ୍ଦ୍ରବାବୁ ବିରୋଧୀ ଦଳର ବରିଷ୍ଠ ନେତାଙ୍କୁ ରାଜି କରାଇପାରିଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ତେଲୁଗୁ ଦେଶମ ପାର୍ଟିର ସଦସ୍ୟ ତଥା ଆନ୍ଧ୍ର କୃଷିମନ୍ତ୍ରୀ ଏସ୍‍ ସି ରେଡ୍ଡୀ କହିଛନ୍ତି ଯେ କେନ୍ଦ୍ର ସରକାର ଉଦ୍ଦେଶ୍ୟମୂଳକ ଭାବେ ବିରୋଧୀ ଦଳ ସଦସ୍ୟଙ୍କ ବିରୋଧରେ ସିବିଆଇ, ଇଡି ଓ ଆଇଟି ବିଭାଗକୁ ଉପଯୋଗ କରୁଛି। ନିକଟରେ ଆନ୍ଧ୍ରପ୍ରଦେଶର ଟିଡିପି ସାଂସଦ ସି ଏମ ରମେଶ, ବିଧାୟକ ପି ରାମାରାଓ, ପୂର୍ବତନ ବିଧାୟକ ବି ଏମ୍‍ ରାଓଙ୍କ ଘରେ ଆଇଟି ରେଡ୍‍ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନ ଥିଲା। ତେଣୁ ରାଜ୍ୟରେ ଆଇଟି ଓ ଇଡିକୁ ତଦନ୍ତ କିମ୍ବା ରେଡ୍‍ ଅନୁମତି ନ ଦେବା ପାଇଁ ଚିନ୍ତା କରାଯାଉଛି।
ଆନ୍ଧ୍ରପ୍ରଦେଶରେ ସିବିଆଇର ତଦନ୍ତ ଅନୁମତି ପ୍ରତ୍ୟାହାର କରିବା ପରେ ଚନ୍ଦ୍ରବାବୁ ନାଇଡ଼ୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ଖୁବ୍‍ ଶୀଘ୍ର ସେ ସମସ୍ତ ଅଣବିଜେପି ଦଳର ନେତାଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆଲୋଚନା ଜରିଆରେ ଏକ କମନ୍‍ ମିନିମମ୍‍ ପ୍ରୋଗ୍ରାମ ପ୍ରସ୍ତୁତ କରାଯିବ। ଏହି ଆଧାରରେ ସମସ୍ତ ସରକାରୀ ଅନୁଷ୍ଠାନ ଓ ସଂସ୍ଥାଙ୍କୁ କେନ୍ଦ୍ର ସରକାରଙ୍କ ଏଜେଣ୍ଟ ଭାବେ କାମ ନ କରିବା ପାଇଁ ପତ୍ର ଲେଖାଯିବ। ଆବଶ୍ୟକ ହେଲେ ଆଗାମୀ ସାଧାରଣ ଓ ବିଧାନସଭାର ଛଅ ମାସ ପୂର୍ବରୁ ଇଡି ଓ ଆଇଟିକୁ ରାଜ୍ୟରେ ରେଡ୍‍ ଅନୁମତି ନ ଦେବା ଲାଗି ସୁପ୍ରିମକୋର୍ଟରେ ଆବେଦନ କରାଯିବ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories