www.samajalive.in
Monday, December 8, 2025
27.1 C
Bhubaneswar

ଇକ୍ୱାଡୋରରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା

ଇକ୍ୱାଡୋର : ଇକ୍ୱାଡୋରରେ ରାଷ୍ଟ୍ରପତି ପଦ ପାଇଁ ଦୌଡ଼ରେ ଥିବା ପ୍ରତିଦ୍ୱନ୍ଦ୍ୱୀ ଫର୍ଣ୍ଣାଡୋ ଭିଲାଭିକେନସିଓ(୫୯)ଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଆସନ୍ତା ୨୦ ତାରିଖରେ ଇକ୍ୱାଡୋରରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପଦ ନିମନ୍ତେ ଦୌଡ଼ରେ ୮ ଜଣ  ଅଛନ୍ତି। ୮ ଜଣଙ୍କ ମଧ୍ୟରୁ ଫର୍ଣ୍ଣାଡ଼ୋ ଭିଲାଭିକେନସିଓ  ଜଣେ ପ୍ରମୁଖ ଦାବିଦାର ଥିଲେ। ଗତକାଲି ସନ୍ଧ୍ୟା ସମୟରେ ଫର୍ଣ୍ଣାଡୋ ଭିଲାଭିକେନସିଓ ଏକ ପ୍ରଚାର ଅଭିଯାନରେ ଯୋଗ ଦେବାକୁ ଯାଇଥିବାବେଳେ କେହି ଦୁର୍ବୃତ୍ତ ଫର୍ଣ୍ଣାଡୋ ଭିଲାଭିକେନସିଓ କାର୍‌ରୁ ଓହ୍ଲାଉଥିବାବେଳେ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories