ଗୁଡଭେଲା : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଦ୍ଵାଦଶ ଅଠାରି କବିତା ଆସର ନିଷାନ୍ ର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଷାନ୍ ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶ ସଭା ସଂଚାଳନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବର୍ଷିୟାନ କବି ସତ୍ୟ ନାରାୟଣ ମିଶ୍ର ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ। ଉକ୍ତ ଆଭାସି କବିତା ଆସରରେ ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର କମିଟିର ସକ୍ରିୟ ସଦସ୍ୟ ତଥା ମିକ୍ଶ୍ଚର ରାମଲୀଳାର ରାବଣ ଶତୃଘ୍ନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାହିତ୍ୟ ଓ କଳାର ସାହିତ୍ୟର ଅଭିବୃଦ୍ଧି ଦିଗରେ ଫେସବୁକ୍ କଳାପଟା ନିଷାନ୍ ର ନିରନ୍ତର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥି ଭାବେ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ରାମଲୀଳା କଳାକାର ତଥା ମିକ୍ଶ୍ଚର ରାମଲୀଳାର ସୀତା ରମାକାନ୍ତ ମିଶ୍ର ଯୋଗ ଦେଇ ନିଜର ଶ୍ରେଷ୍ଠ କଳା ପ୍ରଦର୍ଶନ କରି ଶ୍ରୋତା ମାନଙ୍କର ମନ ମୋହି ନେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ନିଷାନ୍ ର କୋଷାଧ୍ୟକ୍ଷ ତଥା ବିଶିଷ୍ଟ ହାସ୍ୟ କବି ଓ ରାମଲୀଳାର ଜତି ରାବଣ ଦେବେନ୍ଦ୍ର ଭୋଇ ଯୋଗଦେଇ କବିତା, ସଂଳାପ ଓ ଗୀତ ଗାଇ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇ ଥିଲେ ।
Popular Categories



