www.samajalive.in
Monday, December 8, 2025
27.1 C
Bhubaneswar

ସ୍ବାମୀର ପନିକି ଚୋଟରେ ସ୍ତ୍ରୀ ମୃତ

ସୋସୋ : ପାରିବାରିକ କଳହ କାରଣରୁ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ପନିକିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ସୋସୋ ଥାନା ଅନ୍ତର୍ଗତ ବଣିଆହୁଡ଼ି ଗାଁରେ। ମୃତ ମହିଳା ଜଣଙ୍କ ହେଲେ ତୁଳସୀ ବିନ୍ଧାଣି। ପୁଲିସ ଏହି ଘଟଣାରେ ସ୍ୱାମୀ ବାପୁନୁ ବିନ୍ଧାଣିଙ୍କୁ ଅଟକ ରଖି ପଚରାଉଚରା କରୁଛି।  ତୁଳସୀ ଓ ବାପୁନୁଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ପରେ ବାପୁନୁ ଉତ୍‌କ୍ଷିପ୍ତ ହୋଇ ଏକ ପନିକିରେ ତୁଳସୀଙ୍କୁ ହାଣି ଦେଇଥିଲେ। ପରେ ତୁଳସୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତୁଳସୀଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories