www.samajalive.in
Monday, December 8, 2025
27.1 C
Bhubaneswar

ହଇଚଇ ସୃଷ୍ଟି କରିଛି ‘ଯବାନ’ ପ୍ରିଭ୍ୟୁ

ମୁମ୍ବଇ: ବଲିଉଡ଼ ଅଭିନେତା ଶାହରୁଖ ଖାନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଯୱାନ’କୁ ନେଇ ଏବେ ଚର୍ଚ୍ଚାରେ। ‘ପଠାନ୍‌’ର ସଫଳତା ପରେ ଶାହରୁଖଙ୍କ ପ୍ରଶଂସକ ଦୀର୍ଘ ଦିନ ଧରି ‘ଯବାନ’ ଟିଜରକୁ ଅପେକ୍ଷା କରିଥିଲେ। ନିକଟରେ ଖବର ଆସୁଥିଲା ଯେ, ଫିଲ୍ମର ଟିଜର୍ ଜୁଲାଇ ୧୦ରେ ରିଲିଜ ହେବ, କିନ୍ତୁ ସେପରି ହେଲାନାହିଁ। ବରଂ ଟିଜର୍‌ ପୂର୍ବରୁ ନିର୍ମାତା ପ୍ରଶଂସକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ପ୍ରଶଂସକଙ୍କ ପାଇଁ ‘ଯବାନ’ର ପ୍ରିଭ୍ୟୁ ରିଲିଜ୍‌ କରିଛନ୍ତି ନିର୍ମାତା। ‘ଯବାନ’ର ନିର୍ମାତା ଫିଲ୍ମର ପ୍ରିଭ୍ୟୁ ରିଲିଜ୍ କରି ସମସ୍ତଙ୍କୁ ବହୁତ ଉତ୍ସାହିତ କରିଛନ୍ତି। ଏହି ପ୍ରିଭ୍ୟୁ ଦେଖି ଅନୁମାନ କରାଯାଇପାରେ ଯେ, ଫିଲ୍ମରେ ଶାହାରୁଖଙ୍କ ଚରିତ୍ର ଅତ୍ୟନ୍ତ ଭୟଙ୍କର ହେବାକୁ ଯାଉଛି।

‘ପଠାନ’ ପରେ ଶାହରୁଖ ପୁଣି ଥରେ ଆକ୍ସନ୍ ଅବତାରରେ ଆସିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଅର୍ଥାତ୍ ପୁଣିଥରେ କିଙ୍ଗ୍‌ ଖାନଙ୍କ ପ୍ରଶଂସକମାନେ ପରଦାରେ ତାଙ୍କ ଆକ୍ସନ ଷ୍ଟଣ୍ଟ୍ ଦେଖିବାକୁ ପାଇବେ। ସୂଚନାଯୋଗ୍ୟ, ପୂର୍ବରୁ ଫିଲ୍ମର ପୋଷ୍ଟର ପ୍ରଶଂସକଙ୍କ ଉତ୍କଣ୍ଠାକୁ ଦୁଇ ଗୁଣିତ କରିଥିଲା। ପୋଷ୍ଟରରେ ଶାହରୁଖଙ୍କୁ ସମ୍ପୂର୍ଣ୍ଣ ଭାବେ ବ୍ୟାଣ୍ଡେଜରେ ଗୁଡ଼ାଇ ହୋଇଥିବା ଦେଖିବାକୁ ମିଳିଥିଲା। ଆଉ ଏବେ ପ୍ରିଭ୍ୟୁ ହଇଚଇ ସୃଷ୍ଟି କରିଛି। ଏଥିରେ ଅଭିନେତାଙ୍କର କିଛି ଦମ୍‌ଦାର୍‌ ସଂଳାପ ମଧ୍ୟ ଶୁଣିବାକୁ ମିଳିଛି। ପ୍ରିଭ୍ୟୁରେ ଅଭିନେତା କହୁଛନ୍ତି, ‘‘ଯେତେବେଳେ ମୁଁ ଖଳନାୟକ ସାଜେ, ସେତେବେଳେ ମୋ ସାମ୍ନାରେ କୌଣସି ନାୟକ ତିଷ୍ଠି ପାରେନାହିଁ’’। ଶାହରୁଖଙ୍କ ଏହି ସଂଳାପ ଖୁବ୍‌ ଭାଇରାଲ୍‌ ହେଉଛି।

- Advertisement -

ସୂଚନାଯୋଗ୍ୟ ଯେ, ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ‘ଯବାନ’ ପ୍ରସ୍ତୁତ କରାଯାଇଛି। ସେପ୍ଟେମ୍ବର ୭ରେ ପ୍ରେକ୍ଷାଳୟକୁ ଆସିବ ଏହି ଚଳଚ୍ଚିତ୍ର। ଶାହରୁଖଙ୍କୁ ଏଥିରେ ଦ୍ଵୈତ ଭୂମିକାରେ ଦେଖିବାକୁ ମିଳିବ। ଅପରପକ୍ଷେ, ନୟନତାରା, ବିଜୟ ସେତୁପତି, ପ୍ରିୟାମଣି, ସାନ୍ୟା ମଲହୋତ୍ରା, ସନୀଲ ଗ୍ରୋଭର, ଯୋଗୀ ବାବୁ, ରିଦ୍ଧି ଡୋଗରା ମଧ୍ୟ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories