www.samajalive.in
Monday, December 8, 2025
27.1 C
Bhubaneswar

ହୀରାଖଣ୍ଡ ରାଜ୍ୟ ଦାବୀରେ ବିଧାନସଭା ସମ୍ମୁଖରେ ଗଣଧାରଣା ନିଷ୍ପତ୍ତି

ସମ୍ବଲପୁର  : ହୀରାଖଣ୍ଡ ରାଜ୍ୟ ଦାବୀରେ ରାଜ୍ୟ ବିଧାନସଭା ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ହୀରାଖଣ୍ଡ ସାମୁଖ୍ୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସ୍ଥାନୀୟ ଓଡିଶା ସାଂସ୍କୃତିକ ସମାଜର ସମ୍ମିଳନୀ କକ୍ଷରେ ଅନୁଷ୍ଠାନର ସଭାପତି ଡ. ପରେଶ ଚନ୍ଦ୍ର ଦାନୀଙ୍କ ସଭାପତିତ୍ୱରେ ଆୟୋଜିତ ଏକ ବୈଠକରେ ସ୍ୱତନ୍ତ୍ର ହୀରାଖଣ୍ଡ ରାଜ୍ୟ ଓ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବା ଦାବୀ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା । ଗ୍ରାମାଞ୍ଚଳକୁ ଯାଇ ଅଧିକ ସଭାସମିତିର ଆୟୋଜନ, ହୀରାଖଣ୍ଡର ସମସ୍ତ ଜିଲା ମାନଙ୍କରେ ପୋଷ୍ଟର ଲଗାଇବା, ପ୍ରଚାରପତ୍ର ବାଣ୍ଟିବା, ଅଞ୍ଚଳର ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣି ହୀରାଖଣ୍ଡ ସମ୍ମାନ ପ୍ରଦାନ କରିବା ଇତ୍ୟାଦି ବିଭିନ୍ନ ଦିଗ ଉପରେ ସଦସ୍ୟ ମାନେ ବ୍ୟାପକ ଆଲୋଚନା କରି ନିଜସ୍ୱ ମତାମତ ରଖିଥିଲେ। ଦାବୀ ଗୁଡିକୁ ଅଧିକ ଦୃଢ଼ୀଭୂତ ପାଇଁ ବିଧାନସଭା ଚାଲୁଥିବା ସମୟରେ ଭୁବନେଶ୍ୱର ଠାରେ ଏକ ଗଣଧାରଣାର ଆୟୋଜନ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ଏହି ସଭାରେ ଅର୍ଜୁନ ରଞ୍ଜନ ପଣ୍ଡା, ଅରବିନ୍ଦ ମହାପାତ୍ର, ତ୍ରିବିକ୍ରମ ପ୍ରଧାନ, ପ୍ରଫୁଲ୍ଲ ହୋତା, ଅଶୋକ କୁମାର ମିଶ୍ର, ନଟୁ ଗୋପାଳ ପାତ୍ର, ନରେନ୍ଦ୍ର ପାଣିଗ୍ରାହୀ, ରାମାନୁଜ ପଣ୍ଡା, ପ୍ରଶାନ୍ତ କୁମାର ମିଶ୍ର, ବୋଧରାମ ଦାଶ, ଅରବିନ୍ଦ ନାୟକ, ହରି ଶଙ୍କର ପଣ୍ଡା, ସବ୍ୟସାଚୀ ମିଶ୍ର, ତାପସ କୁମାର ଦାସ, ଲୋକନାଥ ପାଣ୍ଡେ, ତର୍ପଣ ପ୍ରଧାନ, କୈଳାଶ ମିସ୍ତ୍ରୀ, ଅଶ୍ୱିନୀ କୁମାର ଆଚାର୍ଯ୍ୟ, ରମେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ ଉପ ସଭାପତି ପ୍ରଶାନ୍ତ ପାଟ୍ଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories