www.samajalive.in
Monday, December 8, 2025
17.1 C
Bhubaneswar

ବାହାନଗା ଟ୍ରେନ ଘଟଣା : ଏମସକୁ ଆସିଲା ୨୯ ମୃତକଙ୍କ ଡିଏନଏ ରିପୋର୍ଟ

ବାହାନଗା : ବାଲେଶ୍ୱର ଜିଲା ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ମୃତକଙ୍କ ଡିଏନଏ ରିପୋର୍ଟ ଆସିଛି। ପ୍ରଥମ ପର୍ଯ୍ୟାୟରେ ୨୯ ଯାତ୍ରୀଙ୍କ ମୃତଦେହ ଭୁବନେଶ୍ୱର ଏମସକୁ ଆସିଛି। ମୋଟ ୭୮ଟି ମୃତଦେହର ସାମ୍ପୁଲ ଡିଏନଏ ଟେଷ୍ଟ ପାଇଁ ପଠାଯାଇଥିଲା। ଚିହ୍ନଟ ହୋଇଥିବା ମୃତଦେହର ସମ୍ପର୍କୀୟଙ୍କୁ ଆଜି ଏମସକୁ ଡକାଯାଇଛି। ସେମାନେ ପହଞ୍ଚିବା ପରେ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ଯେଉଁମାନେ ମୃତଦେହ ନେବାକୁ ଚାହିଁବେ, ସେମାନେ ଶବ ନେଇପାରିବେ। ଏଥିପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ସେହିପରି ଯେଉଁମାନେ ନେବାକୁ ଚାହିଁବେନି, ସେମାନଙ୍କ ନିକଟ ସମ୍ପର୍କୀୟଙ୍କ ଶବ ଏଠାରେ ସତ୍କାର କରାଯିବାର ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ, ମୋଟ ୮୧ଟି ମୃତଦେହ ଚିହ୍ନଟ ହୋଇ ନ ପାରି ଏମସରେ ରହିଥିଲା। ତନ୍ମଧ୍ୟରୁ ୭୮ଟି ମୃତଦେହର ସାମ୍ପୁଲ ଡିଏନଏ ଟେଷ୍ଟ ପାଇଁ ପଠାଯାଇଥିଲା। ଆଉ ଦୁଇଟି ପର୍ଯ୍ୟାୟରେ ଅନ୍ୟମାନଙ୍କର ଡିଏନଏ ରିପୋର୍ଟ ଆସିବ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ, ଜୁନ୍ ୨ତାରିଖରେ ବାହାନଗାଠାରେ ଭୟାବହ ଟ୍ରେନ ଦୁର୍ଘଟଣାରେ ଘଟିଥିଲା। ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୩ରେ ପହଞ୍ଚିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories