www.samajalive.in
Monday, December 8, 2025
20.1 C
Bhubaneswar

ଖୁଣ୍ଟା ଓ ଜିବି ନଗର ବ୍ଲକରେ ଭିଡିଓ କନଫରେନ୍ସିଂ ଉଦଘାଟିତ

ଖୁଣ୍ଟା : ଖୁଣ୍ଟା ବ୍ଲକ କାର୍ଯ୍ୟାଳୟ ଓ ଗୋପବନ୍ଧୁ ନଗର କାର୍ଯ୍ୟାଳୟ ପରିସରରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାକୁ ସୋମବାର ଅପରାହ୍ଣରେ ମୁଖ୍ୟ ମନ୍ତ୍ରୀ ଭୁବନେଶ୍ୱରରୁ ଉଦଘାଟନ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ବ୍ଲକର କୃତ୍ତି ଛାତ୍ରଛାତ୍ରୀଙ୍କୁ ମେଧା ବୃତ୍ତି ଓ ଭାଷା ବୃତ୍ତି ଅର୍ଥରାଶି ଓ ଲାପଟପ ବଣ୍ଟ କରିଥିଲେ। ଖୁଣ୍ଟା ବ୍ଲକର କହ୍ନେଇଁବନ୍ଧ ଡିକେ ହାଇସ୍କୁଲ, ବାସିପିଠା ଏସଏସଡି ହାଇସ୍କୁଲ ଓ ବଡପଥରା ବାଲିକା ଉଚ୍ଚ ବିଦ୍ୟାଳୟକୁ ଶ୍ରେଷ୍ଠ ହାଇସ୍କୁଲ ଭାବେ ପୁରସ୍କୃତ କରା ଯାଇଥିଲା। ଅନୁରୂପ ଭାବେ ଗୋପବନ୍ଧୁ ନଗର ବ୍ଲକର ଜୟପୁର ହାଇସ୍କୁଲ, ଟିକାୟତପୁର ଏସଏସଡି ସହାଇସ୍କୁଲ ଓ ପୁରୁଣାବାରିପଦା ସ୍ଥିତ ରିଜିଓନାଲ ଏକାଦେମୀକୁ ଶ୍ରେଷ୍ଠ ହାଇସ୍କୁଲ ଭାବେ ପୁରସ୍କୃତ କରା ଯାଇଥିଲା। ଗୋପବନ୍ଧୁ ନଗର ବ୍ଲକର ବିଡିଓ ମନୋଜ କୁମାର ବେହେରାଙ୍କ ପୌରହିତ୍ୟରେ କାର୍ଯ୍ୟକ୍ରମରେ ବିଇଓ ଶଶିଧର ସିଂହ, ଏବିଇଓ, ସମିତି ସଭ୍ୟ ସଭ୍ୟା, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଅଭିଭାବକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ସେହିପରି ଖୁଣ୍ଟା ବ୍ଲକର ବିଡିଓ ଦେବଦତ୍ତ ପଣ୍ଡାଙ୍କ ପୌରହିତ୍ୟରେ ଉକ୍ତ ଉଦଘାଟନୀ କାର୍ଯ୍ୟାକ୍ରମରେ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ମାରାଣ୍ଡି, ଉପାଧ୍ୟକ୍ଷ ସିଦ ନାଥ ସୋରେନ, ଭାରପ୍ରାପ୍ତ ବିଇଓ ଶ୍ରୀନୀବାସ ପ୍ରଧାନ, ସମିତି ସଭ୍ୟ ସଭ୍ୟା, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଅଭିଭାବକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories