www.samajalive.in
Monday, December 8, 2025
27.1 C
Bhubaneswar

ଅଟୋ ଦୁର୍ଘଟଣାଗ୍ରସ୍ତ, ୨ ଗୁରୁତର

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସିଉଳା ନିକଟରେ ଏକ ମାଲ ବୋଝେଇ ଡାଲା ଅଟୋ ଭାରଶ୍ୟାମ ହରାଇ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଅଟୋରେ ଥିବା ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ପିପିଲି ମୁଖ୍ୟ ବଜାରରେ ଥିବା ଏକ ହୋଲ ସେଲିଙ୍ଗ ଦୋକାନର ମାଲିକଙ୍କ ଭଣଜା ଆଜି ଏକ ଡାଲା ଅଟୋରେ ଭୁବନେଶ୍ୱରରୁ ଥଣ୍ଡା ପାନୀୟ ସାମଗ୍ରୀ ନେଇ ପିପିଲି ଆସୁଥିବା ବେଳେ ଅଟୋଟି ସିଉଳା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା। କୌଣସି କାରଣରୁ ଅଟୋଟି ଭାରସାମ୍ୟ ହରାଇ ରାସ୍ତାରେ ଥିବା ଏକ ଜେସିବି ପଛରେ ପିଟି ହୋଇ ଯାଇଥିଲା।

- Advertisement -

ଫଳରେ ଅଟୋରେ ଥିବା ରବୀନ୍ଦ୍ର କୁମାର ଅଗ୍ରୱାଲ ଓରଫ ବୁଲୁ (୩୭) ଓ ଚାଳକ ରିତେଶ କୁମାର ସ୍ୱାଇଁ ଓରଫ ଚିଣ୍ଟୁ (୨୨) ଗୁରୁତର ଭାବେ ଆହତ ହୋଇଥିଲେ। ଅଟୋ ମଧ୍ୟରେ ଚାଳକ ଚିଣ୍ଟୁ ଚାପି ହୋଇ ରହିଥିବା ବେଳେ ପିପିଲି ଅଗ୍ନିଶମ ବାହିନୀ, ପିପିଲି ପୋଲିସ ଓ ରାଜପଥ ପୁଲିସ ପେଟ୍ରୋଲିଙ୍ଗ ଟିମ ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରିଥିଲେ। ଆମ୍ବୁଲାନ୍ସ ଯୋଗେ ଉଭୟ ଆହତଙ୍କୁ ଚିକିତ୍ସା ଲାଗି AIIMSରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ଦୁର୍ଘଟଣା ଗ୍ରସ୍ତ ଗାଡିକୁ ପିପିଲି ପୁଲିସ ଜବତ କରି ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି। ଦୁର୍ଘଟଣା ଯୋଗୁଁ କିଛି ସମୟ ପାଇଁ ଘଟଣା ସ୍ଥଳରେ ଗୁରୁତର ଟ୍ରାଫିକ ସମସ୍ୟା ଉପୁଜିଥିଲା। ଉଭୟ ଆହତଙ୍କ ଘର ପିପିଲି ଅଂଚଳରେ ହୋଇଥିବା ସୂଚନା ମିଳିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories