ଗୁଡଭେଲା: ଓଡ଼ିଶା ସରକାରଙ୍କ ଉନ୍ନୟନ ସଚିବ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଙ୍ଗଳବାର ଗୁଡଭେଲା ବ୍ଲକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି। ତୁଷୁରା ସହରରେ ନିର୍ମାଣ ହେଉଥିବା ଇନଡୋର ଷ୍ଟାଡିୟମ୍ ଏବଂ ତୁଷୁରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ସ୍ବାସ୍ଥ୍ୟ ସେବା ବିଷୟରେ ପଚାରି ବୁଝିଛନ୍ତି। ଏହାପରେ ଗୁଡଭେଲାସ୍ଥିତ ରାହୁଲ ନଦୀରେ ନିର୍ମାଣାଧିନ ବ୍ୟାରେଜ ସ୍ଥଳକୁ ଯାଇ କାମର ଅଗ୍ରଗତି ସମ୍ପର୍କରେ ତଦାରଖ କରିବା ସହ ଆସନ୍ତା ବର୍ଷ ଫେବୃଆରୀ ସୁଦ୍ଧା କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିରେ ଜଳ ସମ୍ପଦ, ପରିବହନ ତଥା ବାଣିଜ୍ୟ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ରହିବା ସହ ବିଭାଗୀୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।



