www.samajalive.in
Monday, December 8, 2025
20.1 C
Bhubaneswar

ଅନଲାଇନ ଆପ୍‌ରେ ୧୦୦୦ କୋଟି ଠକେଇ

ଭୁବନେଶ୍ବର :  ‘୧୮ ଫୁଟ୍‌ବଲ୍‌ ଡଟ୍‌ କମ୍‌’ ଦେଶରେ ୧୦୦୦ କୋଟିରୁ ଅଧିକ ଠକେଇ କରିଛି। ଏହି ଅସାଧୁ କାରବାରର ଚେର ଚୀନ୍‌କୁ ଲମ୍ବିଛି। ଅନଲାଇନ ଫୁଟବଲ ଜୁଆ (ବେଟିଂ)ରେ ଟଙ୍କା ଲଗାଇ କୋଟିପତି ହେବା ସ୍ବପ୍ନରେ ଦେଶର ଲକ୍ଷ ଲକ୍ଷ ଲୋକ ଫସିଛନ୍ତି। ଗଞ୍ଜାମ ଜିଲାର ପ୍ରାୟ ୮ ଶହ ଲୋକ ଏହି ଠକେଇ ରାକେଟରେ ପଡିଛନ୍ତି। ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ନିୟନ୍ତ୍ରଣ ଶାଖା (ଇଓଡବ୍ଲ୍ୟୁ) ଠକେଇ ଦଳର ଖୋଳତାଡ ଜାରି ରଖିଛି। ‘୧୮ଫୁଟ୍‌ବଲ୍‌ ଡଟ୍‌ କମ୍‌’ର ଶାଖା କମ୍ପାନୀ ପ୍ରିୱେଷ୍ଟ ଗ୍ଲୋବାଲ ସଲ୍ୟୁସନର ମୁଖ୍ୟ ଦିଲୀପ କୁମାର ପି.କୁ ତଦନ୍ତକାରୀ ସଂସ୍ଥା କେରଳରୁ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତକୁ ଇଓଡବ୍ଲ୍ୟୁ ସ୍ଥାନୀୟ ଅଦାଲତରେ ହାଜର କରିବା ପରେ ୬ ଦିନିଆ ଜିମାରେ ଓଡ଼ିଶା ଆଣିଛି। ତାକୁ ନିଜ ହେପାଜତରେ ରଖି ତଦନ୍ତକାରୀ ଅଧିକାରୀ ଅଧିକ ପଚରାଉଚରା ଚଳାଇଛନ୍ତି। ପ୍ରିୱେଷ୍ଟ ଗ୍ଲୋବାଲ ସଲ୍ୟୁସନ ୧୯.୪୯ କୋଟି ଟଙ୍କା ଠକେଇ କରିଥିବା ପ୍ରାଥମିକ ତଦନ୍ତରୁ ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି। ଏହି ରାକେଟର ମାଷ୍ଟରମାଇଣ୍ଡ ମହମ୍ମଦ ସୈଫ ନାମରେ ଇଓଡବ୍ଲ୍ୟୁ ଲୁକ ଆଉଟ୍‌ ସର୍କୁଲାର ଜାରି କରିସାରିଛି। ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେଲେ ସୂଚନାଦାତାଙ୍କୁ ପୁରସ୍କୃତ କରାଯିବ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା।
ସୂଚନା ଅନୁସାରେ, ‘୧୮ଫୁଟ୍‌ବଲ୍‌ ଡଟ୍‌ କମ୍‌’ ଗେମିଂ ଆପ୍‌ ଖୋଲି ଉକ୍ତ ରାକେଟ ମୋଟା ଅଙ୍କର ଟଙ୍କା ରୋଜଗାର କରିବା ପ୍ରଲୋଭନ ଦେଖାଇ ଲୋକଙ୍କୁ ଠକିଥିଲା। ଏହି ଆପ୍‌ରେ ଟଙ୍କା ବିନିଯୋଗ କରିବା ପାଇଁ ସୈଫ ଓ ତା’ ସହଯୋଗୀ ଲୋକଙ୍କୁ ଲୋଭ ଦେଖାଇଥିଲେ। ବିନିଯୋଗ ଟଙ୍କା ଉପରେ ପ୍ରତିଦିନ ୩ ଶତକଡାରୁ ଅଧିକ ଅର୍ଥ ମିଳିବ ବୋଲି ଠକମାନେ ପ୍ରତିଶ୍ରୁତି ଦେଇଥିଲେ। ରାତାରାତି କୋଟିପତି ହେବା ଲୋଭରେ ପଡି ଲୋକ ୧୮ଫୁଟବଲ ଡଟ କମ୍‌ରେ ନିଜର ଆକାଉଣ୍ଟ ଖୋଲିଥିଲେ। ଯେଉଁ ବିନିଯୋଗକାରୀ ଖେଳ ଜାଣି ନ ଥିଲେ ସେମାନଙ୍କୁ ବିଦେଶୀ ଗାଇଡ୍ ଯୋଗାଇ ଦିଆଯାଉଥିଲା। ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଠକମାନେ ପ୍ରଥମେ କିଛି ଦିନ ଟଙ୍କା ଫେରସ୍ତ କରିଥିଲେ। ଅଧିକ ଲାଭ ପାଇବା ପାଇଁ ଲୋକେ ଲକ୍ଷ ଲକ୍ଷ ଟଙ୍କା ଉକ୍ତ ଆକାଉଣ୍ଟରେ ଜମା କରିଥିଲେ। ଏହି ଟଙ୍କାକୁ କାରବାର କରିବା ପାଇଁ ଅଭିଯୁକ୍ତ କିଛି ସହଯୋଗୀଙ୍କ ନାମରେ ଶାଖା କମ୍ପାନୀ ଖୋଲିଥିଲା। ଶାଖା କମ୍ପାନୀ ଜରିଆରେ କୋଟି କୋଟି ଟଙ୍କା ସଂଗ୍ରହ କରିବା ପରେ ସୈଫ ଓ ତା’ ସହଯୋଗୀ ଉକ୍ତ ଆପକୁ ବନ୍ଦ କରି ଦେଇଥିଲେ। ଚତୁରତାର ସହ ସୈଫ ଏହି ଠକେଇ ଟଙ୍କାକୁ ନକଲି କମ୍ପାନୀ ନାଁରେ
ଆତ୍ମସାତ କରିଥିଲା। ସେ ମଧ୍ୟରେ କଲକାତାର ହାକିମ ଆଣ୍ଡ ରୁସ୍ତାମ ‌େ‌ଫବ୍ରିକ ପ୍ରାଇଭେଟ ଲିମିଟେଡ କମ୍ପାନୀର ନିର୍ଦେଶକକୁ ତଦନ୍ତକାରୀ ସଂସ୍ଥା କିଛି ଦିନ ତଳେ ଗିରଫ କରିଥିଲା। ଶାଖା କମ୍ପାନୀ ଚଳାଇବା ପାଇଁ ସୈଫ ସେମାନଙ୍କୁ କିଛି ପରିମାଣର ଟଙ୍କା ଦେଉଥିଲା। ଏହି ମହାଠକେଇ ସମ୍ପର୍କରେ ପ୍ରଥମେ ଗଞ୍ଜାମ ଅଞ୍ଚଳର କିଛି ଲୋକ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗକୁ ଭିତ୍ତି କରି ଇଓଡବ୍ଲ୍ୟୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସେହିପରି ଏଡୁଡାଡି ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଷ୍ଟଡିଜ ପ୍ରାଇଭେଟ ଲିମିଟେଡର ନିର୍ଦେଶକ ନବୀନ ପରୱାରକୁ ଇଓଡବ୍ଲ୍ୟୁ ରାଜସ୍ଥାନ ଅଞ୍ଚଳରୁ ଗିରଫ କରିଥିଲା। ଇଓଡବ୍ଲ୍ୟୁ ସୂଚନା ଅନୁସାରେ, ଏହି ଠକେଇ ରାକେଟର ଚେର ଚୀନ ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଦୁବାଇରୁ ପରିଚାଳନା କରୁଥିଲା। ୪ରୁ ୫ ହଜାର ଲୋକଙ୍କଠାରୁ ପ୍ରାୟ ୧୦୦୦ କୋଟି ଠକିଥିବା ଅନୁମାନ କରାଯାଇଛି। ୫୨୫ କୋଟି ଠକେଇ ସଂକ୍ରାନ୍ତ ତଥ୍ୟ ହସ୍ତଗତ ହୋଇଛି।

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories