www.samajalive.in
Monday, December 8, 2025
20.1 C
Bhubaneswar

ଭୋପାଳ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌‌ର ଶୁଭାରମ୍ଭ କଲେ ମୋଦୀ

ଭୋପାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭୋପାଳର ରାଣୀକମଳାପତୀ ରେଳଷ୍ଟେସନରୁ ନୂଆଦିଲ୍ଲୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌‌ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍‌‌ ମଧ୍ୟପ୍ରଦେଶର ରାଣୀକମଳାପତୀ ରେଳଷ୍ଟେସନ ଓ ନୂଆଦିଲ୍ଲୀର ହଜରତ ନିଜାମୁଦ୍ଦିନ ମଧ୍ୟରେ ଚଳାଚଳ କରିବ। ଏହା ଦେଶର ଏକାଦଶ ବନ୍ଦେ ଭାରତ ଟ୍ରେନ୍‌‌।  କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେଇଥିଲେ।

ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ମଧ୍ୟପ୍ରଦେଶରେ ରେଳବାଇର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ। ସେ ଦୃଷ୍ଟିରୁ ମଧ୍ୟପ୍ରଦେଶ ପାଇଁ ସେ ରେଳବଜେଟ୍‌‌ ୨୧ ଗୁଣା ବୃଦ୍ଧି କରି ୧୩ ହଜାର ୬୦୭ କୋଟି ଟଙ୍କା ରଖିଛନ୍ତି। ସେ କହିଛନ୍ତି, ମଧ୍ୟପ୍ରଦେଶରେ ୮୪ ହଜାର କୋଟି ଟଙ୍କା ମୂଲ୍ୟର ରେଳପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ରାଣୀକମଳାପତି ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବା ପରେ ବର୍ତ୍ତମାନ ଦେଶର ୧୨୦୦ଟି ରେଳଷ୍ଟେସନକୁ ବିଶ୍ୱସ୍ତରୀୟ ରେଳଷ୍ଟେସନରେ ପରିଣତ କରାଯିବ। ତାହା ମଧ୍ୟରେ ମଧ୍ୟପ୍ରଦେଶର ୮୦ଟି ଷ୍ଟେସନ୍‌‌ ରହିଛି ବୋଲି ସେ କହିଛନ୍ତି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ରେନ୍‌‌ରେ ଯାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧାମାନ ରଖାଯାଇଛି।
ଭୋପାଳ-ଦିଲ୍ଲୀ ବନ୍ଦେ ଭାରତ ଟ୍ରେନ୍‌‌ ୭ ଘଣ୍ଟା ୩୦ ମିନିଟ୍‌‌ ମଧ୍ୟରେ ୭୦୧ କିଲୋମିଟର ଦୂରତା ଅତିକ୍ରମ କରିବ। ଏହା ବିରାଙ୍ଗନା ଲକ୍ଷ୍ମୀବାଇ ଝାନ୍‌‌ସୀ, ଗୁଆଲିୟର ଓ ଆଗ୍ରାଠାରେ ରହିବ। ଏହି ଟ୍ରେନ୍‌‌ରେ ଅତ୍ୟାଧୁନିକ ଜ୍ଞାନକୌଶଳ ଯୁକ୍ତ ସୁରକ୍ଷା ବ୍ୟବସ୍ଥା ରହିଛି। ଟ୍ରେନ୍‌‌ ଦୁର୍ଘଟଣା ରୋକିବା ବ୍ୟବସ୍ଥା- ‘କବଚ’ ରହିଛି। ପ୍ରତ୍ୟେକ କୋଚ୍‌‌ରେ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି ଓ ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀମାନେ ଟ୍ରେନ୍‌‌ର ଡ୍ରାଇଭରମାନଙ୍କ ସହ କଥାବାର୍ତ୍ତା କରିବାର ବ୍ୟବସ୍ଥା ରଖାଯାଇଛି। ବନ୍ଦେ ଭାରତ ଟ୍ରେନ୍‌‌ ଆସନ୍ତାକାଲିଠାରୁ ସର୍ବସାଧାରଣଙ୍କ ପାଇଁ ଚଳାଚଳ କରିବ। ଟ୍ରେନ୍‌‌ର ଏକ୍‌‌ଜିକ୍ୟୁଟିଭ କୋଚ୍‌‌ ଗୁଡ଼ିକରେ ୧୮୦ ଡିଗ୍ରୀ ଘୁର୍ଣ୍ଣାୟମାନ ସିଟ୍‌‌ ରହିଛି। ଏହି ଟ୍ରେନ୍‌‌ ଦ୍ରୁତ, ଅଧିକ ଆରାମଦାୟକ ଓ ସହଜ ଯାତ୍ରାର ସୁବିଧା ପ୍ରଦାନ କରିବ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories