www.samajalive.in
Monday, December 8, 2025
20.1 C
Bhubaneswar

ଜିଲାସ୍ତରୀୟ ବିଶ୍ୱ ବନ ଦିବସ ପାଳିତ

ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ନର୍ସରୀ ସଭାଗୃହ ପ୍ରାଙ୍ଗଣରେ ବୌଦ୍ଧ ବନଖଣ୍ଡ ଆନୁକୂଲ୍ୟରେ ମଙ୍ଗଳବାର ଜିଲାସ୍ତରୀୟ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଏନଏସି ଚେୟାରମ୍ୟାନ ମୃତ୍ୟଞ୍ଜୟ ମିଶ୍ର ଯୋଗଦାନ କରିଥିଲେ। ଅନ୍ୟତମ ଅତିଥିଭାବେ ବୌଦ୍ଧ କେନ୍ଦୁପତ୍ର ଡିଏଫଓ ଅରବିନ୍ଦ ମହାନ୍ତି, ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ, ହରଭଙ୍ଗା ଅତିରିକ୍ତ ତହସିଲଦାର ବିଶ୍ୱଜିତ ପ୍ରଧାନ, ପରିବେଶବିତ୍‌‌ ଡାକ୍ତର ପ୍ରବୀର କୁମାର ଦାସ, ଇକୋ କ୍ଲବ ଜିଲ୍ଲା ସଂଜଯୋକ ସ୍ୱରାଜ କହଁର ପ୍ରମୁଖ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଜଙ୍ଗଲ ଓ ସ୍ୱାସ୍ଥ୍ୟ ଉପରେ ଅତିଥିଗଣ ନିଜ ନିଜର ମୂଲ୍ୟବାନ ମତବ୍ୟକ୍ତ କରିଥିଲେ। ବିଶେଷକରି ଜଙ୍ଗଲର ସୁସ୍ଥତା ଉପରେ ସମସ୍ତେ ଆଲୋକପାତ କରିବା ସହିତ ଜଙ୍ଗଲ ନିଆଁକୁ କିଭଳି ରୋକିହେବ ସେ ଦିଗରେ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା। ବିଶେଷତଃ ବୌଦ୍ଧ ଡିଏଫଓ ବିଶ୍ୱରେ କାନାଡା, ଚୀନ ଏବଂ ଆମେରିକା ଭଳି ଦେଶରେ ୫୦ ପ୍ରତିଶ୍ରତ ଜଙ୍ଗଲ ରହିଛି। ଏହା ତୁଳନାରେ ଭାରତ ବର୍ଷରେ ଜଙ୍ଗଲ ସଂଖ୍ୟା କମ୍‌‌ ରହିଛି। ବିଶେଷକରି ଜଙ୍ଗଲର ଗୁଣବତା ହ୍ରାସ ପାଇଛି।ଜଙ୍ଗଲରେ ଯେଉଁ କିସମର ଉଭୟ ବିନିଯୋଗ ବୃକ୍ଷ ମଧ୍ୟ ହ୍ରାସ ପାଇଛି।

ଅନ୍ୟପଟେ ଜଙ୍ଗଲ ବୃଦ୍ଧି ଘଟୁଥିବା ଆବଶ୍ୟକତା ରହିଥିବାବେଳେ ଉଭୟ ବିନିଯୋଗରେ ଆସିପାରୁଥିବା ଦରକାରୀ ମୂଲ୍ୟବାନ ବୃକ୍ଷର ଆବଶ୍ୟକତା ମଧ୍ୟ ରହିଛି। ଜଙ୍ଗଲ ନିଆଁକୁ ଆୟତ୍ତ କରିବାରେ ଆଗଧାଡିରେ କାର୍ଯ୍ୟକରୁଥିବା ବନକର୍ମଚାରୀମାନଙ୍କୁ ଏବଂ ବନ ସୁରକ୍ଷା ସମିତି କର୍ମକର୍ତାଙ୍କ ସହଯୋଗକୁ ଉଚ୍ଚପ୍ରଂଶସା କରିଥିଲେ। ବିଶ୍ୱ ବନଦିବସ କାର୍ଯ୍ୟକ୍ରମରେ ଦେବକାନ୍ତ ବେହେରା(ବନପାଳ ଗୁନ୍ଦୁଲିଆ), ପ୍ରକାଶ ପ୍ରଧାନ(ବନରକ୍ଷୀ ବୌଦ୍ଧ), ଅଚ୍ଚର୍ନା ଦ୍ୱୀବେଦୀ(ବନରକ୍ଷୀ ବୌଦ୍ଧ) ତିନିଜଣ ବନକର୍ମଚାରୀଙ୍କୁ ବିଭାଗ ପକ୍ଷରୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories