www.samajalive.in
Monday, December 8, 2025
20.1 C
Bhubaneswar

ନେମାଳ : ଶ୍ରୀ ଅଚ୍ୟୁତ ବ୍ୟବସାୟୀ ସଂଘ ପକ୍ଷରୁ ଭସାଣୀ ଉତ୍ସବ

ନେମାଳ : ଶ୍ରୀ ଅଚ୍ୟୁତ ବ୍ୟବସାୟୀ ସଂଘ ନେମାଳ ବଜାର ଆନୁକୂଲ୍ୟରେ ଚଳିତ ବର୍ଷ ରାତ୍ରରେ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବଜାରର ୨ଟି ପୂଜା ମଣ୍ଡପରେ ମାଆ ଲକ୍ଷ୍ମୀ ଓ ବରାହ ନୃଶିଘ ଠାକୁରଙ୍କ ମୃଣ୍ମୟମୂର୍ତ୍ତୀ ପୂଜା ପାଇଥିବା ବେଳେ ଆକର୍ଷଣୀୟ ସାଜସଜା ହୋଇଥିଲା। ବ୍ୟବସାୟୀ ସଂଘ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ନିକଟରୁ ସମସ୍ତ ମେଢକୁ ଶୋଭାଯାତ୍ରାରେ ନିଆଯାଇଥିଲା। ଉକ୍ତ ଭଷାଣୀ ଉତ୍ସବରେ ଆତସବାଜି ,ଆଲୋକ ଓ ବିଭିନ୍ନ ବାଦ୍ୟ ସାଙ୍ଗକୁ ଡିଜେ ଦେଖେଣାହାରିଙ୍କୁ ବେସ ଆନନ୍ଦ ଦେଉଥିବାର ଦେଖାଯାଇଥିଲା। ଶେଷରେ ଚିତ୍ରୋତ୍ପଳା ନଦୀରେ ମେଢ ଗୁଡିକୁ ବିସର୍ଜନ କରାଯାଇଥିଲା।। ନେମାଳ ଥାନା ଅଧିକାରୀ ପ୍ରଭାତ କୁମାର ମଲିକ ଓ ପୁଲିସ ପ୍ରଶାସନର ହସ୍ତକ୍ଷେପ ଦ୍ୱାରା ବିଭିନ୍ନ ପୂଜା ମଣ୍ଡପର ଦେବା ଦେବୀ ମେଢ ବିସର୍ଜନ ହୋଇଥିବା ବେଳେ ରାସ୍ତା ପରିଷ୍କାର ହୋଇଥିଲା। ଉକ୍ତ ଭସାଣୀ ଉତ୍ସବକୁ ବ୍ୟବସାୟୀ ସଂଘର ସଭାପତି ସୁଧାଂଶୁ ଶେଖର ମହାପାତ୍ର, ସମ୍ପାଦକ ବିମଲ କୁମାର ଦାସ, ଉପସଭାପତି ଧନେଶ୍ୱର ସାହୁ, ସହସଂପାଦକ ସନାତନ ସାହୁ, କୋଷା୍ମକ୍ଷ ସୋମନାଥ ସାହୁ,ରମେଶ ଚନ୍ଦ୍ର ବେହେରା, ରମେଶ ନାଥ, ଭାଗବତ ପ୍ରଧାନ, ଅଭିମନ୍ୟୁ ଦାସ,  ରବିନ୍ଦ୍ରନାଥ ବାରିକ ପ୍ରମୁଖଙ୍କ ସମେତ ବ୍ୟବସାୟୀ ସଂଘର ଉପଦେଷ୍ଟା ହରେକୃଷ୍ଣ ପୂଝାରୀ, ଅଜୟ କୁମାର ପୃଷ୍ଟି, ଧୀରେନ୍ଦ୍ର ପୃଷ୍ଟି ଏବଂ ବଜାରର ସମସ୍ତ ବ୍ୟବସାୟୀ ବନ୍ଧୁ ଓ ଆଖପାଖ ଅଞ୍ଚଳର ବହୁ ଜନସାଧାରଣ ଉପସ୍ଥିତ ରହି ଏହି ଭସାଣୀ ଉତ୍ସବକୁ ପରିଚାଳନା କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories