www.samajalive.in
Monday, December 8, 2025
20.1 C
Bhubaneswar

ରାମବନରେ ଅଲ କାଏଦା ଆତଙ୍କୀ ଗିରଫ, ଗ୍ରେନେଡ଼ ଜବତ

ରାମବନ: ଜମ୍ମୁ ଡିଭିଜନର ରାମବାନ୍ ଜିଲାରେ ପୁଲିସ ଓ ସୁରକ୍ଷାବାହିନୀ ଜଣେ ଅଲ କାଏଦା ଆତଙ୍କବାଦୀକୁ ଗିରଫ କରିଛନ୍ତି। ତା’ ପାଖରୁ ଏକ ଗ୍ରେନେଡ଼ ମଧ୍ୟ ଜବତ କରାଯାଇଛି। ଆତଙ୍କୀ ଜଣକ ପଶ୍ଚିମବଙ୍ଗ ବାସିନ୍ଦା ବୋଲି ଜଣାପଡ଼ିଛି। ଏହି ମାମଲାରେ ପୁଲିସ ଯାଞ୍ଚ ଜାରି ରଖିଛି।

ସୂଚନା ଅନୁଯାୟୀ, ରାମବନ ପୁଲିସ ବିଶେଷ ସୂଚନା ଆଧାରରେ ଆତଙ୍କବାଦୀ ଅମିରୁଦ୍ଦିନ ଖାନକୁ ଧରିଛି। ସେ ଆତଙ୍କବାଦୀ ସଂଗଠନ ଅଲ କାଏଦା ସହ ଜଡିତ ଏବଂ ପଶ୍ଚିମବଙ୍ଗର ମସିଲା ହାୱଡ଼ାର ବାସିନ୍ଦା। ପୁଲିସ ତା’ ନିକଟରୁ ଏକ ଚାଇନା ଗ୍ରେନେଡ ମଧ୍ୟ ଜବତ କରିଛି। ପୁଲିସ ତା’ ବିରୋଧରେ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories