www.samajalive.in
Monday, December 8, 2025
20.1 C
Bhubaneswar

ସାଧାରଣ ଜନତାଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ପ୍ରଦାନ କରିବା ସମସ୍ତଙ୍କ ପ୍ରାଥମିକ କର୍ତ୍ତବ୍ୟ: ଆରକ୍ଷୀ ମହାନିର୍ଦ୍ଦେଶକ

ଭୁବନେଶ୍ବର: ଦେଶ, ସମାଜ ତଥା ସାଧାରଣ ଜନତାଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ପ୍ରଦାନ କରିବା ସମସ୍ତଙ୍କ ପ୍ରାଥମିକ କର୍ତ୍ତବ୍ୟ ହେବା ଉଚିତ୍। ସେଥିପାଇଁ ନିଜର କର୍ତ୍ତବ୍ୟ ଏବଂ ଦାୟିତ୍ୱକୁ ସାଧୁତା ଓ ସଚ୍ଚୋଟତାର ସହ ପାଳନ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ୍ ଆହ୍ବାନ ଦେଇଛନ୍ତି। ବିଜୁ ପଟ୍ଟନାୟକ ଷ୍ଟେଟ ପୁଲିସ ଏକାଡ଼େମୀଠାରେ ଆୟୋଜିତ ଷଷ୍ଠ ବ୍ୟାଚ ଡିଏସପି ପ୍ରୋବେସନରଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡିଜିପି ଶ୍ରୀ ବଂଶଲସମସ୍ତଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ, ଆଇନ ଏବଂ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ନବ ନିଯୁକ୍ତ ଡିଏସପିଙ୍କ ନିକଟରେ ଗୁରୁଦାୟିତ୍ୱ ଅର୍ପଣ କରାଯାଇଛି। ଏହି ଦାୟିତ୍ୱକୁ ସଠିକ ଭାବେ ପାଳନ କରିବା ସହ ଆଗାମୀ ଦିନରେ ଓଡ଼ିଶା ପୁଲିସର ସୁନାମ ବଢାଇବାକୁ ଡିଜିପି ଶ୍ରୀ ବଂଶଲ୍ ନବାଗତ ଡିଏସପିମାନଙ୍କୁ ପରାମର୍ଶ ଦେଇଥିଲେ।

ପ୍ରତିଦିନ ପୁଲିସ୍ ସମ୍ମୁଖରେ ବିଭିନ୍ନ ଆହ୍ବାନ ରହିଥାଏ। ଆଜିଠାରୁ ପ୍ରତିଟି କ୍ଷେତ୍ରରେ ଏବଂ ପ୍ରତିମୁହୂର୍ତରେ ସମ୍ମୁଖୀନ ହେବାକୁ ଯାଉଥିବା ବିଭିନ୍ନ ଆହ୍ବାନକୁ ସଫଳତାର ସହ ପ୍ରତିହତ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ। ଏହାବ୍ୟତୀତ ପୁଲିସ୍ ପ୍ରତି ସାଧାରଣ ଲୋକଙ୍କ ଆଶା ଓ ଆକାଂକ୍ଷା ସବୁବେଳେ ରହିଥାଏ। ତେଣୁ କାର୍ଯ୍ୟ କ୍ଷେତ୍ରରେ ସାଧୁତା, ନିରପେକ୍ଷ ଏବଂ ନ୍ୟାୟବାଦୀ ହେବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ମହିଳା ଓ ଶିଶୁମାନଙ୍କ ବିରୋଧରେ ହେଉଥିବା ଅପରାଧ ପ୍ରତି ସମ୍ବେଦନଶୀଳ ହେବା ସହ ସୁୁଚାରୁ ରୂପେ ପାଳନ କରିବା ଉପରେ ଡିଜିପି ଶ୍ରୀବଂଶଲ ପରାମର୍ଶ ଦେଇଥିଲେ। ଅତୀତରେ ମାଓ ସମସ୍ୟାକୁ ଓଡ଼ିଶା ପୁଲିସ ସଫଳତାର ସହ ମୁକାବିଲା କରିଛି, ତଥାପି ଅନେକ ଆହ୍ବାନ ରହିଛି। ଆଗାମୀ ଦିନରେ ଏହି ସମସ୍ୟାର ମୁକାବିଲା କରିବା ନିମନ୍ତେ ଗୁରୁଦାୟିତ୍ୱ ଅର୍ପଣ କରାଯିବ ବୋଲି ଡିଜିପି ମତବ୍ୟକ୍ତ କରିଥିଲେ। ଏହାସହ ୫-ଟି ନିୟମାବଳୀକୁ କାର୍ଯ୍ୟ କ୍ଷେତ୍ରରେ ସଠିକ ଭାବେ ପାଳନ କରିବା ଉପରେ ଡିଜିପି ଶ୍ରୀବଂଶଲ ଡିଏସପିମାନଙ୍କୁ ପରାମର୍ଶ ଦେଇଥିଲେ।

- Advertisement -

ଏହି ଅବସରରେ ୧୩ଜଣ ପ୍ରୋବେସନର ଡିଏସପିମାନଙ୍କ ଦ୍ବାରା ଦ୍ୱାରା ଚିତାକର୍ଷକ ପରେଡ୍ ପ୍ରଦର୍ଶନ କରାଯାଇଥିଲା। ଟ୍ରେନିଂ ସମୟରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଡିଏସପି ପ୍ରୋବେସନର ସଚିନ ପଟେଲ୍, ସୁବ୍ରତ କୁମାର, ଉପାସନା ପାଢୀ, ମୀନାକ୍ଷୀ ଠାକୁର ଏବଂ ରଶ୍ମିରଞ୍ଜନ ସେନାପତିଙ୍କୁ ଡିଜିପି ସମ୍ବର୍ଦ୍ଧିିତ କରିଥିଲେ। ଏହା ସହ ୧୨ଜଣଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଟ୍ରଫି ଡିଜିପି ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ଷ୍ଟେଟ ପୁଲିସ ଏକାଡ଼େମୀର ନିର୍ଦ୍ଦେଶକ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ, ଆଇଜି ସାଇନି ଏସ.ଙ୍କ ସମେତ ପୁଲିସ ବିଭାଗର ବହୁ ବରିଷ୍ଠ ପଦାଧିକାରୀ ପସ୍ଥିତ ଥିଲେ। ଏହି ଅବସରରେ ଉପସ୍ଥିତ ଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories