www.samajalive.in
Monday, December 8, 2025
27.1 C
Bhubaneswar

୫ବର୍ଷ ମଧ୍ୟରେ କାମାକ୍ଷାନଗରରୁ ନିଯୁକ୍ତି ପାଇବେ ୫ହଜାର ଯୁବକ-ଯୁବତୀ: ଧର୍ମେନ୍ଦ୍ର

କାମାକ୍ଷାନଗର: ଯୁବକ, ଯୁବତୀ ମାନଙ୍କୁ ବାହାରକୁ ରୋଜଗାର ପାଇଁ ଆଉ ଯିବାକୁ ପଡ଼ିବନାହିଁ । ଏବେ ବିଭିନ୍ନ କମ୍ପାନୀ ନିଯୁକ୍ତି ମହୋତ୍ସବ ମାଧ୍ୟମରେ ଚୟନ କରି ନିଜ ନିଜ କମ୍ପାନୀରେ ନିଯୁକ୍ତି ଦେଇ ପାରିବେ । ଆଗାମୀ ୫ ବର୍ଷରେ କାମାକ୍ଷାନଗର ଅଞ୍ଚଳରୁ ୫ ହଜାର ବେକାର ଯୁବକ, ଯୁବତୀ ମାନଙ୍କୁ ରୋଜଗାର ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି । କାମାକ୍ଷାନଗର ସ୍ଥିତ ସାରଙ୍ଗଧର ଷ୍ଟାଡିୟମ ପରିସରରେ ଭାରତ ସରକାରଙ୍କ ଦକ୍ଷତା ବିକାଶ ପକ୍ଷରୁ ଅନୁଷ୍ଠିତ ଏକ ମେଗା କୌଶଳ ମହୋତ୍ସବରେ କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏହା କହିଛନ୍ତି ।

ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ୱରେ କରୋନା ମହାମାରୀ ଯୋଗୁଁ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି । ଭାରତର ଅର୍ଥନୀତି ସଠିକ ଦିଗରେ ଗତି କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନା ଯୋଗୁ ଆଜି ଦେଶର ଅର୍ଥନୀତି ଭଲ ସ୍ଥିତିରେ ରହିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ଏଥି ସହିତ ବିଶ୍ୱ ଦରବାରରେ ଭାରତ ବର୍ଷ ଇଣ୍ଟରନେଟ୍‌  କ୍ଷେତ୍ରରେ ଏକ ନମ୍ବର ଦେଶ ହୋଇ ପାରିଥିବା ବେଳେ ବଜାରୀ କରଣ କ୍ଷେତ୍ରରେ ବିଶ୍ୱରେ ଭାରତ ଡିଜିଟାଲ କାରବାରରେ ୪୦% ସଫଳ ହୋଇପାରିଛି । ଢେଙ୍କାନାଳ ଜିଲ୍ଲାର ଆମ୍ବ ପ୍ରସିଦ୍ଧି ଲାଭ କରି ଦେଶର ବିଭିନ୍ନ ରାଜ୍ୟକୁ ରପ୍ତାନି ହେଉଥିବା ବେଳେ କାମାକ୍ଷାନଗର ଅଞ୍ଚଳର କୋବି, ବାଇଗଣ, ଟମାଟ, କଦଳୀ ଆଦି ପନିପରିବା ଜିଲ୍ଲା ବାହାରକୁ ଯାଇପାରୁଛି l

- Advertisement -

କାମାକ୍ଷାନଗର ଦେଇ ଯାଇଥିବା ରେଳ ପରେ ସ୍ୱତନ୍ତ୍ର ରେଳଡବା ମାଧ୍ୟମରେ ଏ ଅଞ୍ଚଳର ପନିପରିବା ଦେଶର ବିଭିନ୍ନ ରାଜ୍ୟକୁ ସୁବିଧାରେ ପରିବହନ କରାଯାଇ ପରିବ । ସାରଙ୍ଗଧର ଷ୍ଟାଡିୟମ ପରିସରରେ ଭାରତ ସରକାରଙ୍କ ଦକ୍ଷତା ବିକାଶ ପକ୍ଷରୁ ଅନୁଷ୍ଠିତ କୌଶଳ ମହୋତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବଡ଼ବଡ଼ କମ୍ପାନୀର ପ୍ରତିନିଧି ଯୋଗଦେଇଥିବା ବେଳେ ମହୋତ୍ସବରେ ଦଶ ହଜାରରୁ ଅଧିକ ଯୁବକ, ଯୁବତୀ ପଞ୍ଜୀକରଣ କରିଥିଲେ । ସେଥିମଧ୍ୟରୁ ୧୨୦୦ ଯୁବକ, ଯୁବତୀଙ୍କୁ ଯୋଗ ଦେଇଥିବା ବିଭିନ୍ନ କମ୍ପାନୀ ପକ୍ଷରୁ ଚୟନ କରାଯାଇଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ତଥା ଖଣି, ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିଜ, ଢେଙ୍କାନାଳ ସାଂସଦ ମହେଶ ସାହୁ, ଏନସିଡିସିର ସିଇଓ ବେଦପ୍ରକାଶ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ l ବିଭାଗୀୟ ସ୍ତରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଶରୁ ଅଧିକ କେନ୍ଦ୍ର ଖୋଲାଯାଇ ଅଫ ଲାଇନ ଓ ଅନ ଲାଇନ ମାଧ୍ୟମରେ ପଞ୍ଜୀକରଣର ସୁବିଧା କରାଯାଇଥିବା ବେଳେ ଏହି ମହୋତ୍ସବ ସ୍ଥଳରେ ଦଶ ହଜାର ଯୁବକ, ଯୁବତୀ ପଞ୍ଜୀକରଣ କରିଥିଲେ l ସେଥିମଧ୍ୟରୁ ବାରଶହ ଯୁବକ, ଯୁବତୀ, ଦିବ୍ୟାଙ୍ଗଙ୍କୁ ବିଭିନ୍ନ କମ୍ପାନୀ ପକ୍ଷରୁ ଚୟନ କରାଯାଇ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି l ମହୋତ୍ସବ ମାଧ୍ୟମରେ ଯୁବକ, ଯୁବତୀ ମାନଙ୍କୁ ମିଳିଥିବା ନିଯୁକ୍ତି ପତ୍ର ନେଇ କାମାକ୍ଷାନଗର ଅଞ୍ଚଳରେ ଥିବା ବେକାର ଯୁବକ, ଯୁବତୀ ଓ ଦିବ୍ୟାଙ୍ଗଙ୍କ ମଧ୍ୟରେ ନିଯୁକ୍ତିର ସୁଯୋଗ ରହିଥିବା ନେଇ ଆଶା ସଂଚାର ହୋଇଛି l

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories