www.samajalive.in
Monday, December 8, 2025
20.1 C
Bhubaneswar

ମୋର୍ବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆକାଶମାର୍ଗରୁ ଘଟଣାସ୍ଥଳ କଲେ ଅନୁଧ୍ୟାନ

ମୋର୍ବି: ଗୁଜରାଟର ମୋର୍ବି ଜିଲାରେ ଝୁଲାପୋଲ ଭୁଶୁଡ଼ିବା ଘଟଣା। ମୋର୍ବିରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆକାଶମାର୍ଗରୁ ଘଟଣାସ୍ଥଳ ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦୁର୍ଘଟଣା ସ୍ଥଳରୁ ସିଧାସଳଖ ହସ୍‌ପିଟାଲ ଯାଇଥିଲେ ପ୍ରଧାନମନ୍ତ୍ରୀ। ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧିନ ଥିବା ଲୋକଙ୍କୁ ଭେଟିଥିଲେ। ମୋର୍ବି ଜିଲାରେ କିଭଳି ଦୁର୍ଘଟଣା ହେଲା, ଏଥିପାଇଁ କାହାକୁ ଦାୟି କରାଯାଇପାରିବ, ପ୍ରଶାସନ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଇଛି ଏବଂ ଦୁର୍ଘଟଣା ପରବର୍ତ୍ତି ସମୟରେ ଉଦ୍ଧାର କାର୍ଯ୍ୟ, ରିଲିଫ, ଚିକିତ୍ସା ଦେବା ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ।

ଗୁଜରାଟର ମୋର୍ବୀ ଜିଲା ଅନ୍ତର୍ଗତ ମାଚ୍ଛୁ ନଦୀ ଝୁଲା ପୋଲ ଭୁଶୁଡ଼ି ପଡ଼ିବା ଘଟଣାରେ ୧୩୫ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅଧିକାଂଶ ଆହତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଯେଉଁମାନେ ଏହି ଘଟଣାରେ ଆହତ ହୋଇଛନ୍ତି  ସେମାନଙ୍କୁ ମାଗଣା ଚିକିତ୍ସା ସହ ୫୦ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବା ନେଇ ସରକାର ଘୋଷଣା କରିଛନ୍ତି।

- Advertisement -

ମୋର୍ବି ଜିଲାର ଝୁଲାପୋଲ ଭୁଶୁଡ଼ି ପଡ଼ିବା ଘଟଣାରେ  ପୁଲିସ ୯ଜଣଙ୍କୁ ଗିରଫ କରିଛି। ଏମାନେ ସମସ୍ତେ ବ୍ରିଜ୍‌ ମରାମତି ପାଇଁ ଠିକା ନେଇଥିବା କମ୍ପାନୀ ସହ ଜଡ଼ିତ। ଗିରଫ କରାଯିବା ପୂର୍ବରୁ ସମସ୍ତଙ୍କୁ ଦୀର୍ଘ ଘଣ୍ଟା ଧରି ପୁଲିସ୍‌ ଜେରା କରିଥିଲା। ଏହାପରେ ୯ଜଣଙ୍କ ଗିରଫ ନେଇ ରାଜକୋଟ ଆଇଜି ଅଶୋକ ଯାଦବ ସୂଚନା ଦେଇଥିଲେ। ସେମାନଙ୍କ ମଧ୍ୟରୁ ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିବା ‘ଓରେଭା’ର ୪ଜଣଙ୍କ ଅଧିକାରୀଙ୍କୁ ଗିରଫ କରାଯାଇଛି। ସେହିପରି ମରାମତି ପାଇଁ ଠିକା ନେଇଥିବା ସଂସ୍ଥାର ୨ଜଣ ଗିରଫ ହୋଇଥିବାବେଳେ ସୁରକ୍ଷା ଦାୟିତ୍ବରେ ଥିବା ୩ କର୍ମଚାରୀଙ୍କୁ ଗିରଫ କରାଯାଇଛି ବୋଲି ଆଇଜି ଅଶୋକ ଯାଦବ ପ୍ରକାଶ କରିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories