www.samajalive.in
Monday, December 8, 2025
27.1 C
Bhubaneswar

ଭୋଗରା ପଞ୍ଚାୟତରେ ବିଜେଡିର ଜନସଂପର୍କ ପଦଯାତ୍ରା

ଗୁରୁଡିଝାଟିଆ: ବିଜୁ ଜନତା ଦଳ ଏକ ପରିବାର । ଓଡିଶାବାସୀଙ୍କ ସୁଖଦୁଃଖରେ ସାମିଲ ହୋଇ ସେମାନଙ୍କ ଉନ୍ନତି କରିବା ପ୍ରଧାନ ଲକ୍ଷ୍ୟ  । ଏହି ମହନୀୟ ଚିନ୍ତାଧାରାକୁ ଘରେ ଘରେ ପହଞ୍ଚାଇବା ପାଇଁ ଆଠଗଡ ବିଜୁ ଜନତା ଦଳ ପକ୍ଷରୁ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି । କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ ଶୋଭାଯାତ୍ରାକୁ ଉଦଘାଟନ କରି ସରକାରଙ୍କ ଯୋଜନାର ସୁଫଳ ରାହାକୁ ତଳସ୍ତରର ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟ ଏହି ପଦଯାତ୍ରାର ବୋଲି କହିଥିଲେ । ଜିଲ୍ଲାପରିଷଦ ସଦସ୍ୟା ମିନତି ଗାଗରାଇ, ବିଜୁ ଯୁବ ଜନତାଦଳ ସଭାପତି ବିନୋଦ ମାଝି, ଭୋଗରା ସରପଞ୍ଚ ଅଜିତ୍‌ ଦାସ, ସମିତିସଭ୍ୟ ସନ୍ତୋଷ କୁମାର ସାହୁ, ପଞ୍ଚାୟତ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ଗୌରହରି ମହାନ୍ତି, ଅରୁଣ ରାଉତ, ମାନସ ରଞ୍ଜନ ମହାନ୍ତି, କଣ୍ଡରେଇ ସରପଞ୍ଚ ଜ୍ଞାନରଞ୍ଜନ ଦାସଙ୍କ ସମେତ ଛାମୁଆ କର୍ମୀ ଓ ମହିଳା ମାନେ ଜନସଂପର୍କ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories