www.samajalive.in
Monday, December 8, 2025
27.1 C
Bhubaneswar

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ସୁଧାର ଗୃହ, ନାରାୟଣପୁର ଠାରେ ଆର୍ନ୍ତଜାତୀୟ ବିଶ୍ୱ ମାନସିକ ଦିବସ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ସଚେତନତା କାର୍ଯ୍ୟକ୍ରମଟି ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଚରଣଜିତ ଓରାମଙ୍କ ଦ୍ୱାରା ପରିଚାଳିତ କରାଯାଇଥିଲା । ଏଥିରେ ସୁଧାର ଗୃହରେ ରହୁଥିବା ମାନସିକ ବିକାରଗ୍ରସ୍ତ ସହ ଅନ୍ୟ ଗରିବ ଓ ଅସହାୟ ମହିଳାମାନେ ଭାଗ ନେଇଥିଲେ ।

ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ମାନସିକ ରୋଗର ଲକ୍ଷଣ, ପ୍ରତିକାର ଏବଂ ଚିକିତ୍ସା ଉପରେ ବୁଝାଇବା ନିମନ୍ତେ ଏବଂ ତାଙ୍କର ସ୍ୱାସ୍ଥ୍ୟ ପରିକ୍ଷା ନିମନ୍ତେ ମେଡିକାଲ୍‌ ଟିମକୁ ନିମନ୍ତ୍ରଣ କରାଯାଇଥିଲା । ମେଡିକାଲ୍‌ ଟିମ୍‌ ରୁ ଡ. ମନୋଜ ମିର୍ଦ୍ଧା, ମନୋବିଜ୍ଞାନୀ ଆକାଂକ୍ଷା ସ୍ୱାଇଁ ଏବଂ ଶୈଳବାଳା ସ୍ୱାଇଁ, ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ପ୍ରକଳ୍ପ କାର୍ଯ୍ୟକ୍ରମର ସୁପରଭାଇଜର୍‌  ଉପସ୍ଥିତ ରହି ମହିଳାମାନଙ୍କୁ ମାନସିକ ସ୍ୱାସ୍ଥ୍ୟ ଉପରେ ପରାମର୍ଶ ଦେବା ସହ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ମାଗଣାରେ ଔଷଧ ବିତରଣ କରିଥିଲେ । ଏହି ଅବସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଅଫିସ୍‌ ଦ୍ୱାରା ମହିଳାମାନଙ୍କୁ ଫଳ ଓ ଖାଦ୍ୟପଦାର୍ଥ ବିତରଣ କରାଯାଇଥିଲା ।

Hot this week

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

Related Articles

Popular Categories