www.samajalive.in
Monday, December 8, 2025
27.1 C
Bhubaneswar

ଗୁଳିରେ ହୁଏ ରାବଣପୋଡ଼ି

ଜୟପୁର : ବିଜୟା ଦଶମୀ ଦିନ ରାବଣପୋଡି କରାଯାଏ। ସାଧାରଣତଃ ବାଣରେ ହେଉ କି ତୀରରେ ନିଆଁ ଲଗାଇ ଏହି ପରମ୍ପରା ନିର୍ବାହ କରିଥାନ୍ତି। ରାଜସ୍ଥାନର ଉଦୟପୁରବାଟିରେ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଭଙ୍ଗୀରେ ରାବଣପୋଡି କରାଯାଏ। ସନ୍ଧ୍ୟାବେଳେ ଲୋକେ ରାବଣପୋଡି ଦେଖିବା ଲାଗି ବହୁସଂଖ୍ୟାରେ ସମବେତ ହୁଅନ୍ତି। ଏହି ସମୟରେ ସେମାନେ ବନ୍ଧୁକରୁ ଗୁଳି ଫୁଟାଇ ରାବଣ ବଧ କରିଥାନ୍ତି। ସ୍ଥାନୀୟ ଦାଦୁପନ୍ଥୀ ସ୍ବାମୀ ସମାଜ ଏହାର ଆୟୋଜନ କରିଥାଏ। ଉଦୟପୁରବାଟିରେ ରାଜାରାଜୁଡା ଶାସନକାଳରୁ ଏହି ସମାଜ ଦଶହରା ପାଳନ କରିଆସୁଛନ୍ତି। ନବରାତ୍ର ଆରମ୍ଭରୁ ଏହି ମହୋତ୍ସବର ଶୁଭାରମ୍ଭ ହୋଇଥାଏ ଏବଂ ରାବଣପୋଡିରେ ଏହା ସମାପନ ହୁଏ। ସମାଜର ଲୋକେ ଯଜ୍ଞସ୍ଥଳରେ ଶସ୍ତ୍ରପୂଜା କରିବା ସହ ଦାଦୁବାଣୀର ଆରତି କରନ୍ତି। ଶେଷଦିନ ଅପରାହ୍ଣ ପ୍ରାୟ ୪ଟା ବେଳକୁ ସମସ୍ତେ ମିଶି ରାବଣ ବଧ କରିବା ଲାଗି ରଣସିଙ୍ଗା ବଜାଇ ନାଙ୍ଗଲ ନଦୀ ଦିଗରେ ପଟୁଆରରେ ଯାତ୍ରା କରିଥାନ୍ତି। ସେଠାରେ ରାବଣ ପିତୁଳାକୁ ଗୁଳି କରି ରାବଣପୋଡି କାର୍ଯ୍ୟକ୍ରମ ଶେଷ କରାଯାଏ। ପରାଧୀନ ଭାରତରେ ଏହି ସମାଜର ଲୋକମାନେ ଜୟପୁର ମହାରାଜାଙ୍କ ସେନାରେ ଏକ ବିଶେଷ ଦଳ ଭାବେ ନିୟୋଜିତ ଥିଲେ। ରାବଣ ପୋଡିର କିଛିଦିନ ପୂର୍ବରୁ ଏମାନେ ବନ୍ଧୁକରେ ଲକ୍ଷ୍ୟଭେଦ କରିବାର ଅଭ୍ୟାସ କରନ୍ତି। ଏହାକୁ ପାରମ୍ପରିକ ଭାଷାରେ ଚାନ୍ଦମାରି କୁହାଯାଏ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories