www.samajalive.in
Thursday, December 11, 2025
27.1 C
Bhubaneswar

ଯାଜପୁର ଓ ରାୟଗଡ଼ା ଜିଲା ପରିକ୍ରମା କଲା ‘ଅହିଂସା ରଥ’

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମ ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କର ସଂଘର୍ଷ ଓ ବୀରତ୍ୱର ସ୍ମୃତିଚାରଣ ଉଦ୍ଦେଶ୍ୟରେ ସମଗ୍ର ରାଜ୍ୟରେ ଆଜିକୁ ୩୭ ଦିନ ବ୍ୟାପି ଅହିଂସା ରଥ ପରିକ୍ରମା କରୁଛି। ମହାତ୍ମା ଗାନ୍ଧୀ ଭାରତୀୟମାନଙ୍କୁ ଅହିଂସା ମାର୍ଗରେ ଯାଇ ସ୍ୱାଧୀନତା ଦେଇଥିଲେ। ଅହିଂସା ହିଁ ସତ୍ୟ, ଶାନ୍ତି ଓ ନ୍ୟାୟର ମାର୍ଗ। ହିଂସାର ପରାଜୟ ହୋଇ ଯୁଗେ ଯୁଗେ ଅହିଂସାର ବିଜୟ ହୋଇଛି । ସର୍ବତ୍ର ଅହିଂସା ରଥର ଆଗମନରେ ଜନସାଧାରଣଙ୍କ ପ୍ରତିକ୍ରିୟାରୁ ଏହା ପ୍ରମାଣିତ ହୋଇଛି। ଆଜି ଏହି କ୍ରମରେ ଅହିଂସା ରଥ ଯାଜପୁର ଓ ରାୟଗଡ଼ା ଜିଲା ପରିକ୍ରମା କରିଛି।
ଭଦ୍ରକ ଜିଲାରୁ ଆସିଥିବା ଅହିଂସା ରଥକୁ ଯାଜପୁର ଜିଲ୍ଲାସ୍ଥ ଗାନ୍ଧିଜୀଙ୍କ ପରିଦର୍ଶନ ସ୍ଥାନ ଦେବୀଗଡାଠାରେ ଭବ୍ୟ ସ୍ୱାଗତ କରାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ସ୍ୱାଗତ ଉତ୍ସବରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର, ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ପତାକା ଦେଖାଇ ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ । ଗାନ୍ଧିଜୀଙ୍କ ପରିଦର୍ଶନ ସ୍ଥାନ ଦେବୀଗଡା ଠାରୁ ରଥକୁ ଏକ ଭବ୍ୟ ପଟୁଆରରେ ୧୫ଟି ସାଂସ୍କୃତିକ ଦଳ, ପ୍ରଜ୍ଞାପନ ମେଢ଼, ସହିତ ପ୍ରାୟ ୨୫୦୦ ରୁ ଅଧିକ ସ୍କୁଲ ଛାତ୍ର ଛାତ୍ରୀ, ଅଙ୍ଗନବାଡି କର୍ମୀ , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱଚ୍ଛସାଥି ଏକ ୫୦୦ ଫୁଟର ବିଶାଳ ତ୍ରିରଙ୍ଗା ନେଇ ସହର ସ୍ଥିତ ଗାନ୍ଧୀ ଛକ ନିକଟରେ ପହଂଚି ଥିଲେ। ଦେଢ଼ କିଲୋମିଟର ବ୍ୟାପି ଏହି ଶୋଭାଯାତ୍ରାକୁ ସହରର ହଜାର ହଜାର ଜନସାଧାରଣ ଉପଭୋଗ କରିଥିଲେ। ଏହି ସ୍ୱାଗତ ଉତ୍ସବରେ ଜିଲ୍ଲା ପରିଷଦର ସଭାପତି ନଳିନୀ ପ୍ରଭା ଜେନା, ଉପ ସଭାପତି ଗଣେଶ୍ୱର ବରାଳ, ଯାଜପୁର ପୌରପାଳିକାର ଅଧ୍ୟକ୍ଷା ରଞ୍ଜୁଲତା ହୋତା, ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, ବହୁବୁଦ୍ଧିଜୀବୀ, ସଂସ୍କୃତିିପ୍ରେମୀ, ଛାତ୍ର ଛାତ୍ରୀ, ସାମ୍ବାଦିକ ପ୍ରମୁଖ ସାମିଲ ହୋଇଥିଲେ। ଗୋଟିଏ ରଥ ଜିଲାର ଦଶରଥପୁର ବ୍ଲକ ଅନ୍ତର୍ଗତ କସପା ଏବଂ ଥାଲକୁଡି ଅଞ୍ଚଳ, ବିrାରପୁର ବ୍ଲକ ଅନ୍ତର୍ଗତ ପ୍ରୀତିପୁର ଓ ମାଂସଡା ଅଞ୍ଚଳ ପରିକ୍ରମା କରିଥିବାବେଳେ ଅନ୍ୟ ଗୋଟିଏ ରଥ ପାଣିକୋଇଲି, କୋରେଇ, ବ୍ୟାସନଗର ପୌରାଞ୍ଚଳ ଓ ଦାନଗଦି ବ୍ଲକର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛି।
ଅନ୍ୟ ଏକ ଅହିଂସା ରଥକୁ ଦଶରଥପୁର ବ୍ଲକ ଅଂଚଳର କସପା ପଂଚାୟତ କାର୍ଯ୍ୟାଳୟଠାରେ ଭବ୍ୟ ସ୍ୱ୍‌ାଗତ କରାଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ସ୍ୱାଗତ ଉତ୍ସବରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ, ସଂଗଠନ , ବଣିକ ସଂଘ , ସରକାରୀ କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ତଥା ମହିଳା ସ୍ୱୟଂ ସହାୟକ ଦଳ ଓ ସମବେତ ଜନସାଧାରଣ ଶୋଭାଯାତ୍ରା ଓ ଦେଶାତ୍ମବୋଧ ସ୍ଲୋଗାନ ମାଧ୍ୟମରେ ସ୍ୱାଗତ କରିଛନ୍ତି। ଅହିଂସା ରଥ ଦଶରଥପୁର ବ୍ଲକ ପରିକ୍ରମା କରିବା ସହିତ ମହାପୁରୁଷଙ୍କ କଥାଚିତ୍ର ଏଲଇଡ଼ି ସ୍କ୍ରିନ ମାଧ୍ୟମରେ ପ୍ରଦର୍ଶନ ପୂର୍ବକ ଉତ୍ତରପିଢିଙ୍କୁ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଏବଂ ଗାନ୍ଧିଜୀଙ୍କ ଅହିଂସା ଦର୍ଶନ ସମ୍ପର୍କରେ ଅବଗତ କରିବାରେ ପ୍ରଭାବୀ ହୋଇପାରିଛି। ଏହାପରେ ଅହିଂସା ରଥ ଉକ୍ତ ବ୍ଲକର ଥାଲକୁଡ଼ି ଅଂଚଳ ପରିକ୍ରମା କରିଥିଲା। ସେଠାରେ ଅହିଂସା ରଥକୁ ସ୍ଥାନୀୟ ସରପଞ୍ଚ, ଅଙ୍ଗନବାଡି କର୍ମୀ, ମହିଳା ସ୍ୱୟଂ ସହାୟକ ସ୍ୱାଗତ କରିଥିଲେ। ରଥ ପରେ ଏକ ଶୋଭାଯାତ୍ରାରେ ବାହାରି ମଙ୍ଗଳପୁର ବଜାର ପରିକ୍ରମା କରି ଥାଲକୁଡ଼ି କଲ୍ୟାଣ ମଣ୍ଡପ ନିକଟରେ ପହଞ୍ଚିଥିଲା। ବ୍ଲକର ପ୍ରଗତି ସହାୟକ ସୁମନ୍ତ କୁମାର ବେହେରା, ସହକାରୀ ଯନ୍ତ୍ରୀ ରାହାସ ବିହାରୀ ଜେନା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ଶତପଥୀ ପ୍ରମୁଖଙ୍କ ଉପସ୍ଥିତିରେ ସଭା କାର୍ଯ୍ୟକ୍ରମ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ‘ଗାନ୍ଧିଜୀ ଓ ଓଡ଼ିଶା ’ ଶୀର୍ଷକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।
ରାୟଗଡ଼ା ଜିଲ୍ଲା ବିସମ କଟକ ବ୍ଲକର କୁଟୁରାଗଡ ଗ୍ରାମରେ ଆଜି ଅହିଂସା ରଥ ପରିକ୍ରମା କରିଥିଲା। କୁଟୁରଝଗଡ ଉଚ୍ଚିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କର୍ଯ୍ୟକ୍ରମ ଆୟୋଜନ କରିଥିଲେ। ସେଠାରେ ସହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନୀ ଆଧାରିତ ସିନେମା ପ୍ରଦର୍ଶନ କରାଯାଇଥିଲା। ଏହାପରେ ଚନ୍ଦ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେପରେ ରଥ ରାଇବିଜି ଅଞ୍ଚଳ ଗସ୍ତ କରିଥିଲା। ନେହେରୁପାଙ୍ଗାଠାରେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ପ୍ରମୁଖ ରଥକୁ ସ୍ୱାଗତ ଜଣାଇ ଥିଲେ। ନେହେରୁପାଙ୍ଗା ଆଶ୍ରମ ବିଦ୍ୟାଳୟର ପରିସରରେ ଏକ ସଭା ଓ ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଏଠାରେ ଭିଡିଓ ମାଧ୍ୟମରେ ଗାନ୍ଧୀଙ୍କ ଅହିଂସା ବାର୍ତ୍ତା ପ୍ରଦର୍ଶନ କରଯାଇଥିଲା। ଛାତ୍ରଛାତ୍ରୀମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଚନ୍ଦ୍ରପୁର ସଦର ମହକୁମାଠାରେ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଗୋଷ୍ଠି ଉନ୍ନୟନ ଅଧିକାରୀ, ତହସିଲଦାର, ଥାନା ଅଧିକାରୀ, ମେଡିକାଲ ଅଫିସର, ବିଇଓ ପ୍ରମୁଖ ଉପସ୍ଥିତ ରହି ଏକ ବର୍ଣ୍ଣାଢ୍ୟ ପରିବେଶରେ ରଥକୁ ସ୍ୱାଗତ ଜଣାଇ ଥିଲେ।
ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ସଂସ୍କୃତି ସଂଯୋଜକ ମାଲ ବିଶୋଇ, ଚନ୍ଦ୍ରପୁର ବ୍ଲକ ସହକାରୀ ଯନ୍ତ୍ରୀ ଆଦିଙ୍କ ପରିଚାଳନାରେ ଡଙ୍ଗସୋରା, ହନୁମନ୍ତପୁର, ରାଇବିଜି ଆଦି ଗସ୍ତ କରି ଅହିଂସାର ବାର୍ତ୍ତା ପ୍ରଚାର କରିଥିଲେ। ହନୁମନ୍ତପୁର ବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଅତିଥିମାନେ ମହାତ୍ମାଗାନ୍ଧୀଙ୍କ ବାର୍ତ୍ତା ପୁରପଲ୍ଲୀରେ ପହଁଚି ପାରିଲେ ଲୋକମାନଙ୍କ ଭିତରେ ଥିବା ସମସ୍ତ ଅନ୍ଧବିଶ୍ୱାସ ଦୂର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।
ସେହିପରି ଗୁଡଝରି ବ୍ଲକରେ ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଗୁଡରି କଲେଜ ଛକରେ ଅହିଂସା ରଥକୁ ଗୁଡରି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ଶବର, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ଶବର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନୃସିଂହ ଚରଣ ସେଠି, ତହସିଲଦାର ସୁଶ୍ରୀ ଭାରତୀ ଦେବୀ, ଗୁଡରି ବ୍ଲକର ସମସ୍ତ ସମିତି ସଭ୍ୟ, ପରିଷଦର ସମସ୍ତ କାଉନସିଲର, ଗ୍ରାମବାସୀ ଏକ ବର୍ଣ୍ଣଢ଼ ପରିବେଶରେ ସ୍ୱାଗତ ଜଣାଇଥିଲେ । ସହର ପରିକ୍ରମା କରିବା ସହ ସ୍ଥାନେ ସ୍ଥାନେ ଗାନ୍ଧୀ ବାର୍ତ୍ତା ଭିଡିଓ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ଗୁଡାରି ସହର ପରିକ୍ରମା ସାରି ରଥ ଶିରିଗୁଡାରେ ପହଞ୍ଚିଥିଲା ।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories