www.samajalive.in
Monday, December 8, 2025
27.1 C
Bhubaneswar

କୃଷକଙ୍କ ପାଇଁ ଖୁସିର ଖବର; ଖୁବଶୀଘ୍ର ମିଳିପାରେ ପିଏମ୍‌ କିସାନ ଟଙ୍କା

ନୂଆଦିଲ୍ଲୀ: କୃଷକ ମାନଙ୍କ ପାଇଁ ଖୁସିର ଖବର । କୃଷକଙ୍କୁ ଖୁବଶୀଘ୍ର ମିଳିପାରେ ପିଏମ୍‌ କିସାନ ଟଙ୍କା । ଚାଷୀ ମାନଙ୍କ ଖାତାକୁ ପିଏମ୍‌ କିସାନ ଯୋଜନାର ଦ୍ୱାଦଶ କିସ୍ତି କେତେବେଳେ ବି ଆସିପାରେ ବୋଲି ସୂଚନା ମିଳିଛି । ଗତ ମେ’ ମାସ ୩୧ ତାରିଖରେ ଚାଷୀ ଭାଇ ମାନେ ଏକାଦଶ କିସ୍ତିର ଟାଙ୍କା ପାଇଥିଲେ । ପ୍ରଧାନମନ୍ତ୍ରୀ କିସାନ ସାମ୍ମାନ ନିଧି ଯୋଜନାରେ ଚାଷୀ ମାନେ ବାର୍ଷିକ ମୋଟ୍‌ ୬ ହଜାର ଟଙ୍କା ପାଉଛନ୍ତି । ପ୍ରତ୍ୟେକ ୪ ମାସ ବ୍ୟବଧାନରେ କୃଷକଙ୍କୁ ୨ହଜାର ଟଙ୍କା ଲେଖାଏଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଛି ।

ଦୁଇ ମୁଠା ଦାନା ପାଇଁ ଏ କି ଦୁଃଖ ? ଦେଖନ୍ତୁ ଏହି ସଂଘର୍ଷର ଭିଡିଓ

- Advertisement -

ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ରହୁଥିବା କୃଷକମାନେ ପିଏମ କିସାନ ଯୋଜନାର ସୁବିଧା ପାଇପାରୁଛନ୍ତି । ଏପରି ପରିସ୍ଥିତିରେ, ଯଦି ଆପଣ ଆପଣଙ୍କର ଆବେଦନର ସ୍ଥିତି ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣ ଟୋଲ୍ ଫ୍ରି ନମ୍ବର ୧୫୫୨୬୧କୁ କଲ କରିପାରିବେ | ଖାଲିସେତିକି ନୁହେଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଧାରଣ ଜନତାଙ୍କ ପାଇଁ ଅନେକ ଯୋଜନା କରାଯାଉଛି । ଯାହାର ଲାଭ ଲୋକମାନେ ପାଇପାରୁଛନ୍ତି । ରାସନ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଯୋଜନା, ପେନସନ ଯୋଜନା ଭଳି ଇତ୍ୟାଦି ଯୋଜନା ସାଧାରଣ ଲୋକଙ୍କ ପାଇଁ କେନ୍ଦ୍ର ସରକାର କରିଛନ୍ତି ।

ମହିଳାଙ୍କ କାନରେ ପଶିଛି ସାପ; ଦେଖନ୍ତୁ ଏହି ଭିଡିଓ

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories