www.samajalive.in
Monday, December 8, 2025
27.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଓଁ ଗଂ ଗଣପତୟେ ନମଃ ଉଚାରଣରେ କମ୍ପୁଛି ଧରା… ସବୁଠି ଚାଲିଛି ଗଜାନନଙ୍କ ଆରାଧନା… ବିଦ୍ୟାଳୟରେ ବିଦ୍ୟାଦାତାଙ୍କୁ ପୂଜା କରୁଛନ୍ତି ଛାତ୍ରଛାତ୍ରୀ…. ସହରଠୁ ଗାଁ ସବୁଠି ଶ୍ରୀ ଗଣେଶଙ୍କ ପାଇଁ ଉତ୍ସବମୁଖର… ସେପଟେ କଟକରେ ସୁନ୍ଦର ତୋରଣ ସାଙ୍ଗକୁ ଭକ୍ତଙ୍କ ମନ ଜିଣୁଛନ୍ତି ସୁନ୍ଦରସୁନ୍ଦର ଗଣେଶ ମୂର୍ତ୍ତି…

(୨) ଆଜିଠୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… ଓଡ଼ିଶାରେ ନିବେଶ ନେଇ ବିଦେଶ ନିବେଶକଙ୍କ ସହ କରିବେ ଆଲୋଚନା… କାର୍ଯ୍ୟକ୍ରମରେ ଯୋଗଦେବେ ଶିଳ୍ପମନ୍ତ୍ରୀ ଓ ମୁଖ୍ୟ ଶାସନସଚିବ…

- Advertisement -

(୩) ଭୁବନେଶ୍ୱର ରୁପାଲି ଛକରେ ବୀଭତ୍ସ ହତ୍ୟା… ବିଳମ୍ବିତ ରାତିରେ ସାଙ୍ଗକୁ ହାଣିଲେ ୨ ସାଙ୍ଗ…  ନିଶା ଖାଇବା ପରେ ସାମାନ୍ୟ ବଚସାରୁ ଜୀବନରୁ ମାରିଦେଲା ବନ୍ଧୁ… ଅଭିଯୁକ୍ତ ୨ ସାଙ୍ଗଙ୍କୁ ଗିରଫ କରିଛି ପୁଲିସ… ହତ୍ୟାକାଣ୍ଡକୁ ନେଇ କରୁଛି ପଚରାଉଚରା…

(୪) ବ୍ରହ୍ମପୁର ପୁଲିସକୁ ବଡ଼ ସଫଳତା… ନକଲି ଗୁଟକା ବ୍ୟବସାୟୀଙ୍କ ଏକାଧିକ ଗୋଦାମରେ ଚଢ଼ାଉ… ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗୁଟକା ଜବତ କଲା ପୁଲିସ… ଗୁଟକା ପ୍ରସ୍ତୁତି କଞ୍ଚାମାଲ ସହ ଜବତ ହୋଇଛି ବିପୁଳ ପରିମାଣର ନକଲି ଗୁଟକା…

(୫) ରାସ୍ତା ପାଲଟିଛି ମରଣଜନ୍ତା… ବିପଦ ସାଜିଛି ଅଧାଗଢ଼ା ସେତୁ… ମୁଣ୍ଡ ଉପରେ ଝୁଲୁଛି ବିଦ୍ୟୁତ୍‌ ତାର… ମୁକୁଳା ପଡିଛି ଲୁହା ରଡ୍‌… ବିପଦ ସଙ୍କୁଳନ ଅବସ୍ଥାର ଯାତାୟାତ କରୁଛନ୍ତି ଗୌଡ଼ମାଲ ପଞ୍ଚାୟତ ଲୋକେ… ପେଟପାଟଣା ପାଇଁ ପ୍ରତିଦିନ ଜୀବନ ସହ କରୁଛନ୍ତି ସଂଘର୍ଷ…

(୬) ଭଦ୍ରକ ଜିଲ୍ଲା ଧାମନଗରରେ ଗୋଷ୍ଠୀ ସଂଘର୍ଷ…ଗଣେଶ ପୂଜା ମଣ୍ଡପ ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି… ଗଣ୍ଡଗୋଳ ଯୋଗୁ କିଛି ଯୁବକ ଆହତ ହୋଇଥିବା ସୂଚନା… ଘଟଣାରେ ତହସିଲଦାରଙ୍କ ହସ୍ତକ୍ଷେପ ପରେ ବି ଶୁଣିଲେନି ଲୋକେ… ପ୍ରଶାସନ ଜାରି କଲା ୧୪୪ ଧାରା…

(୭) ରାଜ୍ୟରେ କମୁଛି କରୋନା… ୩ଶହ ତଳେ ରହୁଛି ଦୈନିକ ସଂକ୍ରମଣ… ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୨୭୫ ପଜିଟିଭ୍‌… ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୪୫ଜଣ… ଗୋଟିଏ ଦିନରେ କରୋନାରୁ ସୁସ୍ଥ ହେଲେ ୩୦୨ ଆକ୍ରାନ୍ତ… ମୋଟ୍‌ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୯୫୪…

(୮) ଦେଶରେ ଖସୁଛି କରୋନା ଗ୍ରାଫ୍‌… ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୭, ୨୩୧  ପଜିଟିଭ୍‌… ସୁସ୍ଥ ହେଲେ ୧୦ ହଜାର ୮୨୮ ଆକ୍ରାନ୍ତ… ବର୍ତ୍ତମାନ ଦେଶରେ ମୋଟ୍‌ ସକ୍ରିୟ ମାମଲା ରହିଛି ୬୪,୬୬୭… ଏଯାଏ କରୋନାରେ ଗଲାଣି ମୋଟ୍‌ ୫,୨୭,୮୭୪ ଜୀବନ…

(୯) ସୋଭିଏତ ସଂଘର ପୂର୍ବତନ ରାଷ୍ଟ୍ରପତି ମିଖାଇଲ୍‌ ଗୋର୍ବାଚେଉଙ୍କ ପରଲୋକ… ୯୧ ବର୍ଷ ବୟସରେ ଗୋର୍ବାଚେଉଙ୍କ ଦେହାନ୍ତ ହୋଇଥିବା ସୂଚନା…  ସୋଭିଏତ ସଂଘର ବିଭାଜନ ପରେ ପଦରୁ ଇସ୍ତଫା ଦେଇଥିଲେ ଗୋର୍ବାଚେଉ… ୧୯୯୦ ମସିହାରେ ପାଇଥିଲେ ନୋବେଲ ଶାନ୍ତି ପୁରସ୍କାର…

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories