www.samajalive.in
Monday, December 8, 2025
27.1 C
Bhubaneswar

ବିଶିଷ୍ଟ ଅର୍ଥନୀତିଜ୍ଞ ଅଭିଜିତ୍ ସେନଙ୍କ ପରଲୋକ

ନୂଆଦିଲ୍ଲୀ: ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ଅଭିଜିତ୍ ସେନଙ୍କ ପରଲୋକ ଘଟିଛି। ସୋମବାର ବିଳମ୍ବିତ ରାତିରେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟ ଘଟିଛି। ଅଭିଜିତଙ୍କ ଭାଇ ଡ. ପ୍ରଣବ ସେନ୍‌ ଏନେଇ ସୂଚନା ଦେଇ କହିଛନ୍ତି, ‘‘ସେ(ଅଭିଜିତ୍ ସେନ୍) ରାତି ପ୍ରାୟ ୧୧ଟା ସମୟରେ ହୃଦଘାତର ଶିକାର ହୋଇଥିଲେ। ଆମେ ତାଙ୍କୁ ଡାକ୍ତରଖାନା ନେଇଥିଲୁ, କିନ୍ତୁ ସେଠାରେ ପହଞ୍ଚିବା ବେଳକୁ ସବୁକିଛି ସରିଯାଇଥିଲା।’’

ଅଭିଜିତ୍ ସେନ୍ ପ୍ରଥମ ଅଟ୍ଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ କୃଷି ବ୍ୟୟ ଏବଂ ମୂଲ୍ୟ ନିର୍ଦ୍ଧାରଣ ଆୟୋଗ(ସଏସିପି)ର ଅଧ୍ୟକ୍ଷ ଥିଲେ। ଜୁଲାଇ ୨୦୦୦ରେ ଉପସ୍ଥାପିତ ହୋଇଥିବା ଦୀର୍ଘକାଳିନ ଖାଦ୍ୟ ନୀତି ଉପରେ ଉଚ୍ଚସ୍ତରୀୟ କମିଟିର ରିପୋର୍ଟ ସେ ଲେଖିଥିଲେ।

- Advertisement -

ଅଭିଜିତ୍ ସେନଙ୍କ ନୀତି ୟୁପିଏ ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ୨୦୧୩ ରେ ଅନ୍ତର୍ଭୁକ୍ତ କରାଯାଇଥିଲା, ଯାହା ବର୍ତ୍ତମାନ ଏକ ତୃତୀୟାଂଶରୁ ଅଧିକ ଲୋକଙ୍କୁ ସମାନ ଭାବରେ କିଲୋ ପ୍ରତି ୨ ଟଙ୍କାରେ ଗହମ ଏବଂ ଚାଉଳ କିଲୋ ପିଛା ୩ ଟଙ୍କାରେ ପ୍ରାଦାନ କରୁଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories