www.samajalive.in
Monday, December 8, 2025
27.1 C
Bhubaneswar

ଜଡି ବୁଟି ଦିବସରେ ଔଷଧୀୟ ଚାରା ରୋପଣ

ବୌଦ୍ଧ : ଭାରତ ସ୍ୱାଭିମାନ ଟ୍ରଷ୍ଟ ବୌଦ୍ଧଶାଖା ତରଫରୁ ବୌଦ୍ଧ ସହରର ମହାନଦୀ କୁଳ ଜଳେଶ୍ୱର ମନ୍ଦିର ପରିସରରେ ଜଡି ବୁଟି ଦିବସ ପାଳନ କରାଯାଇଛି। ପତଞ୍ଜଳି ଯୋଗପୀଠ ହରିଦ୍ୱାରର ଆଚାର୍ଯ୍ୟ ବାଳକ୍ରୀଷ୍ଣଜୀ ମହାରାଜଙ୍କ ଅବତରଣ ଦିବସକୁ ସମଗ୍ର ବିଶ୍ୱରେ ଜଡି ବୁଟି ଦିବସ ଭାବେ ପାଳନ କରାଯାଇ ଆସୁଅଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହାନଦୀ କୂଳକୁ ସୁରକ୍ଷିତ ରଖିବା ସହିତ ପରିବେଶକୁ ସୁନ୍ଦର କରିବା ପାଇଁ ବିଭିନ୍ନ ଔଷଧିୟ ବୃକ୍ଷ ରୋପଣ ଅଁଳା, ହରିଡା, ବାହାଡା, ବଉଳ, ବେଲ, ଅଶୋକ ଗଛ ଲଗାଯାଇଥିଲା। ଏଥିରେ ସୁଶାନ୍ତ କୁମାର ମହାପାତ୍ର, ହୃଷିକେଶ ପ୍ରଧାନ, ଜଟେଶ୍ୱର ନାୟକ, ସାର ପ୍ରଧାନ, ବାବୁଲି ମିଶ୍ର, ହୃଷିକେଶ ମେହେର ସହଯୋଗ କରିଥିଲେ। ବିଶ୍ୱଶାନ୍ତି ନିମନ୍ତେ ଯଜ୍ଞ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମକୁ ଭାରତ ସ୍ୱାଭିମାନ ଟ୍ରଷ୍ଟର ପ୍ରଭାରୀ ଦେବାଶିଷ ପୁରୋହିତ, ପୁଜକ ତ୍ରିଜୀବ କୁମାର ପାଣିଗ୍ରାହୀ, ସୂର୍ଯ୍ୟେନ୍ଦ୍ର କୁମାର ଶତପଥି, ସଂଯୁକ୍ତାରାଣୀ ପଣ୍ଡା, ରଞ୍ଜୀତା ମିଶ୍ର, ସାଗରୀକା ଶତପଥି, ଆଶାରାଣୀ ମିଶ୍ର, ସୁପ୍ରଭା ମିଶ୍ର, ବିଣାପାଣି ମିଶ୍ର, ମିନତୀ ପ୍ରଭା ପଣ୍ଡା, ବୃନ୍ଦାବତୀ ମିଶ୍ର ପରିଚାଳନା କରିଥିଲେ।

ଶେଷରେ ପତଂଜଳି ଯୋଗ ସମିତି ର ରାଜ୍ୟ ପ୍ରଭାରୀ ରାଧାମାଧବ ବହିଦାରଙ୍କ ଅଧ୍ୟକ୍ଷତାରେ ଯୋଗର ପ୍ରଚାର ପ୍ରସାର ପାଇଁ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୟନ ରଞ୍ଜନ ଦାସ ଯୋଗର ମାହାତ୍ମ୍ୟ ସଂପର୍କରେ ଆଲୋଚନା କରିଥିଲେ। ଯୋଗକୁ ପ୍ରଚାର ପ୍ରସାର କରିବା ପାଇଁ ସମସ୍ତ ସଦସ୍ୟମାନେ ସଂକଳ୍ପ ଗ୍ରହଣ କରିଥିଲେ। ଏଥିରେ ଆଦିତ୍ୟେଶ୍ୱର ପରିଡା, ଗିରୀଧରଲାଲ ଅଗ୍ରଓ୍ୟାଲା, ସୂର୍ଯ୍ୟକାନ୍ତ ଦଳବେହେରା, ଲକ୍ଷ୍ମଣ ନାୟକ, ଜାହ୍ନବୀ ନାଏକ, ନିବେଦିତା ସାହୁ, କମଳିନୀ ପ୍ରଦାନ, ବବିତା ସାହୁ, ସୁବର୍ଣ୍ଣ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଜଳେଶ୍ୱର କମିଟି ର କର୍ମକର୍ତାମାନେ ମନ୍ଦିର ପରିସର ର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories