www.samajalive.in
Monday, December 8, 2025
27.1 C
Bhubaneswar

୩ଟି ବାଇକରେ ଆସିଲେ ୬ ଦୁର୍ବୁତ୍ତ, ଲୁଟିନେଲେ ଦେଢ଼ କେଜି ସୁନା

ପାଟଣାଗଡ଼: ୩ଟି ବାଇକରେ ୬ ଦୁର୍ବୁତ୍ତ ଆସି ବନ୍ଧୁକ ଦେଖାଇ ଗହଣା ଦେଖାଇ ଗହଣା ଦୋକାନରୁ ଦେଢ଼ କୋଟି ସୁନା ଲୁଟ କରିଥିବା ଅଭିଯୋଗ କରାଯାଇଛି। ଦିନ ଦ୍ବିପ୍ରହରରେ ରାମ୍‌ଜୀ ଛକ ଏକ ସୁନା ଦୋକାନରୁ ଲୁଟ ହୋଇଛି। ୪୦ ହଜାର ଟଙ୍କା ଏବଂ ସିସିଟିଭି ହାର୍ଡଡିସ୍କ ମଧଧ୍ୟ ଚୋରୀ ହୋଇଥିବା ଅଭିଯୋଗ କରାଯାଇଛି।

ସହରର ମୁଖ୍ୟ ରାସ୍ତା ତଥା ଜନଗହଳି ପୂର୍ଣ୍ଣ ସ୍ଥାନରେ ଥିବା ଅମୃତ କଳସ ନାମକ ଏକ ସୁନଗହଣା ଦୋକାନରେ ୬ ଜଣ ବନ୍ଧୁକଧାରୀ ଦୁର୍ବୃତ୍ତ ଦୋକାନ ମାଲିକ ମୁକେଶ ଜୈନଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଦେଢ କିଲୋ ଓଜନର ସୁନାଗହଣା, ୪୦ ହଜାର ନଗଦ ଟଙ୍କା, ଦୋକାନ ମଧ୍ୟରେ ଲାଗିଥିବା ସିସି ଟିଭିର ହାର୍ଡ ଡିସ୍କ ଏବଂ ମାଲିକଙ୍କ ସ୍ମାର୍ଟ ଫୋନ ଲୁଟି ନେଇ ଫେରାର ମାରିବାରେ ସକ୍ଷମ ହୋଇଥିବା ଜଣାଯାଇଛି। ଖବର ପାଇ ପାଟଣାଗଡ ପୁଲିସ ପହଞ୍ଚି ତନାଘନା ତଦନ୍ତ ଆରମ୍ଭ କରିଛି।
ସହରର ମୁଖ୍ୟ ରସ୍ତାରେ ଥିବା ଅମୃତ କଳସ ସୁନା ଦୋକାନର ମାଲିକ ମୁକେଶ ଜୈନ ସବୁଦିନ ଭଳି ଆଜି ମଧ୍ୟ ଅପରାହ୍ଣ ପ୍ରାୟ ୩ ଘଣ୍ଟା ୩୦ ମିନିଟ ବେଳକୁ ନିଜର ଦୁଇଜଣ କର୍ମଚାରୀଙ୍କ ସହ ପହଞ୍ଚି ଦୋକାନ ଖୋଲିଥିଲେ। ଅପରାହ୍ଣ ପ୍ରାୟ ୪ ଘଣ୍ଟା ୧୫ ମିନିଟ ବେଳକୁ ୬ ଜଣ ଦୁର୍ବୃତ୍ତ ୨ଟି ପଲସର ବାଇକରେ ଦୋକାନ ସମ୍ମୁଖରେ ପହଞ୍ôଚବା ସହ ଦୋକାନ ଭିତରକୁ ଧସେଇ ପଶି ଆସିଥିଲେ। ସମସ୍ତ ଦୁର୍ବୃତ୍ତ ଦୋକାନ ଭିତରେ ନିଜ ନିଜ ପକେଟରୁ ଗୋଟିଏ ଲେଖାଏଁ ବନ୍ଧୁକ ବାହାର କରିବା ସହ ମାଲିକ ଏବଂ ତାଙ୍କର ୨ ଜଣ ସହଯୋଗୀଙ୍କୁ ଧମକ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମୁକେଶଙ୍କୁ ମୁଣ୍ଡରେ ବନ୍ଦୁକର ପଛଭାଗରେ ଶକ୍ତ ଆଘାତ କରିଥିଲେ। ଲହୁ ଲୁହାଣ ହୋଇ ମୁକେଶ ନିଜ ଆସନରେ ବସି ପଡିଥିଲେ। ଅତି ଅଳ୍ପ ସମୟ ମଧ୍ୟରେ ଦୋକାନର ଆଲମାରୀଗୁଡ଼ିକର କାଚ ଭାଙ୍ଗି ସେମାନେ ୨ ଟି ବ୍ୟାଗରେ ସୁନା ଗହଣା ଏବଂ କାଉଣ୍ଟରରେ ଥିବା ନଗଦ ୪୦ ହଜାର ଟଙ୍କା ପୁରାଇ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ।

- Advertisement -

ସମସ୍ତ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ଦୋକାନ ଭିତରେ ଲାଗିଥିବା ସିସି ଟିଭିର ହାର୍ଡଡିସ୍କକୁ ମଧ୍ୟ ଝାମ୍ପି ନେଇଥିଲେ। ତେବେ ଡକାୟତମାନେ ଦୋକନରୁ ବାହାରକୁ ଆସିବା ମାତ୍ରେ ଦୋକାନରେ କାର୍ଯ୍ୟରତ ଜନୈକ କର୍ମଚାରୀ ସେମାନଙ୍କ ନିକଟରୁ ବ୍ୟାଗ ଛଡାଇବାକୁ ଉଦ୍ୟମ କରିବାରୁ ବେଶ କିଛି ସମୟ ଉଭୟ ପକ୍ଷଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଅନ୍ୟ ଏକ ସିସିଟିଭି ଫୁଟେଜରୁ ସ୍ପଷ୍ଟ ବାରି ହେଉଛି। କେବଳ ସେତିକି ନୁହେଁ ଧସ୍ତାଧସ୍ତି ମଧ୍ୟରେ ଡକାୟତମାନଙ୍କ ବାଇକ ମଧ୍ୟ ତଳେ ପଡିଯାଇଥିବା ଦେଖାଯାଇଛି। ଏଣେ ଏ ସବୁ ଦେଖି ଉକ୍ତ ଅଞ୍ଚଳବାସୀ ଡକାୟତମାନଙ୍କୁ ଢେଲା ପଥର ମାରିବାକୁ ଆରମ୍ଭ କରିଥିଲେ ମଧ୍ୟ ସେମାନେ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରାଇ ଫେରାର ମାରିବାରେ ସକ୍ଷମ ହୋଇଥିଲେ। ଉକ୍ତ ଦୁର୍ବୃତ୍ତମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା ସହ ସମସ୍ତେ ମୁହଁରେ ତୁଣ୍ଡି ବାନ୍ଧିଥିବା ମୁକେଶ କହିଛନ୍ତି। ତେବେ ଧସ୍ତାଧସ୍ତି ମଧ୍ୟରେ ସେମାନଙ୍କ ମଧ୍ୟରୁ ଜଣକର ଏକ ହଳ ଜୋତା, ଗୋଟିଏ ଟୋପି ଏବଂ ଏକ ତୁଣ୍ଡି ଘଟଣାସ୍ଥଳରେ ପଡିଯାଇଥିବା ଦେଖାଯାଇଛି। ଡକାୟତମାନେ ସ୍ଥାନୀୟ ରାମଜୀଛକ ଠାରୁ ଘସିଏନ ରାସ୍ତାରେ ପଳାଇଥିବା କୁହାଯାଉଛି। ପୁଲଲିସର ଗୋଟିଏ ଦଳ ଉକ୍ତ ଅଞ୍ଚଳକୁ ଯାଇ େଖୋଜାଖୋଜି କରୁଥିବା ଜଣାଯାଇଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories