www.samajalive.in
Monday, December 8, 2025
20.1 C
Bhubaneswar

ଖେଳ ଶିକ୍ଷକଙ୍କ ଅମାପ ସମ୍ପତ୍ତି ଠାବ କଲା ଭିଜିଲାନ୍ସ, ଚାଲିଛି ଖୋଳତାଡ଼

ଭୁବନେଶ୍ବର: ଗଞ୍ଜାମ ଜୟନ୍ତୀପୁର ଦିବ୍ୟସିଂହ ବିଦ୍ୟାପୀଠ ଖେଳ ଶିକ୍ଷକ ଦନାର୍ଦ୍ଦନ ସାହୁଙ୍କ ଅମାପ ସମ୍ପତ୍ତି ଠାବ କଲା ଭିଜିଲାନ୍ସ। ଦନାର୍ଦ୍ଦନଙ୍କ ୬ଟି କୋଠା, ବିପୁଳ ସୁନାଗହଣା ଓ ଗାଡ଼ି ଠାବ କରିଛି ଭିଜିଲାନ୍ସ। ବ୍ରହ୍ମପୁର ଅନନ୍ତନଗରରେ ଗୋଟିଏ ୩ ମହଲା କୋଠା ଓ ଗୋଟିଏ ୨ ମହଲା କୋଠା, ଜୟନ୍ତୀପୁରରେ ୨ଟି ୨ମହଲା କୋଠା, ଜୟନ୍ତୀପୁରରେ ୩ଟି ଦୋକାନ ଘର, ବ୍ରହ୍ମପୁରରେ ୭ଟି ଦୋକାନ ଘର ଥିବା ଗୋଟିଏ ମାର୍କେଟ କ​‌ଂପ୍ଲେକ୍ସ, ନଗଦ ୩ଲକ୍ଷ ୮୫ହଜାର ଟଙ୍କା, ୭୧୧ ଗ୍ରାମ ସୁନାଗହଣା, ଗୋଟିଏ କ୍ରେଟା, ଗୋଟିଏ ସାଂଟ୍ରୋ କାର, ୨ଟି ବାଇକ, ଜୟନ୍ତୀପୁରରେ ଥିବା ଗୋଟିଏ ଗୋଦାମରୁ ୨ଶହ ବସ୍ତାଗୁଡ଼, ୫ଶହ ବସ୍ତା ଚିନି ଠାବ କରାଯାଇଛି। ମଦ ପ୍ରସ୍ତୁତ ପାଇଁ ଚିନି ଓ ଗୁଡ଼ ଗଚ୍ଛିତ ରହିଥିବା ସନ୍ଦେହ କରାଯାଉଛି ଏବଂ ଏ ସଂକ୍ରାନ୍ତରେ ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼ ଜାରି ରହିଛି ବୋଲି ସୂଚନା ମିଳିଛି।

ମଦ ଭାଟିଠୁ ଆରମ୍ଭ କରି ପେଟ୍ରୋଲ ପମ୍ପ ଓ ଗ୍ୟାସ୍ ଗୋଦାମ ଆଦି କ୍ରୀଡ଼ା ଶିକ୍ଷକଙ୍କର ଅମାପ ସମ୍ପତ୍ତି ରହିଛି। ଅନେକ ବହୁତଳ ବିଶିଷ୍ଟ କୋଠା ରହିଥିବା ଜଣେ କୁବେର ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ରେଡ୍ କରାଯାଇଛି। ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜୟନ୍ତୀପୁର ହାଇସ୍କୁଲ ପିଇଟି ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ନିଜ ଘର, ପୈତୃକ ଘର, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ସମୁଦାୟ ୧୧ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଛି। ଏହି ଚଢାଉ ଆରମ୍ଭ କରୁ କରୁ ମାତ୍ର କିଛି ଘଣ୍ଟା ମଧ୍ୟ ଭିଜିଲାନ୍ସ ଅଧିକାରୀଙ୍କ ଆଖି ଖୋସିହେଲା ପରି ସମ୍ପତ୍ତି ଠାବ କରିସାରିଲେଣି। ଏହାବ୍ୟତୀତ ୧୦ରୁ ଊର୍ଦ୍ଧ୍ୱ ପ୍ଲଟର କାଗଜ ପତ୍ର ମିଳିଥିବା ବେଳେ ବହୁ ଇନସ୍ୟୁରାନ୍ସ କାଗଜ ମଧ୍ୟ ଜବତ ହୋଇଥିବା ଜଣାଯାଇଛି। ଅନନ୍ତନଗର ଲେନ୍‌ ନଂ-୩ରେ ଜନାର୍ଦ୍ଦନଙ୍କର ଏକ ଘର ଥିବା ବେଳେ ସେଠାରେ ଭଡ଼ାରେ ହଷ୍ଟେଲ ଚାଲୁଛି। ଜୟନ୍ତପୁରରେ ପୈତୃକ ଘର, ଅଫିସ, ପେଟ୍ରୋଲ ପମ୍ପ, ମଦ ଭାଟି, ଗ୍ୟାସ ଗୋଦାମ ରହିଛି। ଏହି ସବୁ ସ୍ଥାନରେ ବି ଭିଜିଲାନ୍ସ ଅଧିକାରୀ ରେଡ କରୁଛନ୍ତି।
ଜଣେ ସରକାରୀ ଶିକ୍ଷକ କିପରି ଏତେ ପରିମାଣର ସମ୍ପତ୍ତିର ମାଲିକ ହୋଇପାରିଲେ ତାହା ଦେଖି ସମସ୍ତେ ତାଜୁବ ହୋଇଯାଇଛନ୍ତି। ଏହି ଚଢ଼ାଉରେ ୪ଜଣ ଡିଏସପି, ୧୨ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories