ଲଖନଉ : ଉତ୍ତରପ୍ରଦେଶ ରାଜଧାନୀ ଲଖନଉର ଜାନକୀପୁରମର ସୁଲତାନପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ପତିପତ୍ନୀଙ୍କ ସମେତ ସେମାନଙ୍କ ୧୬ ବର୍ଷ ଝିଅ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇବା ମାତ୍ରେ ପୁଲିସ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ନେବା ପରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ସେମାନଙ୍କ ମୃତ୍ୟୁ ଘଟିଛି। ଏହି ସାମୂହିକ ଆତ୍ମହତ୍ୟାର କାରଣ ଟଙ୍କା ଲେଣଦେଣ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୁଲିସ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରିଛି। ଉକ୍ତ ବ୍ୟକ୍ତି ଜଣକ ଜଣେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ଜାନକୀପୁରମର ସୁଲତାନପୁର ଗାଁରେ ନିଜ ପରିବାର ସହ ବାସ କରୁଥିଲେ। ନିଜ ପତ୍ନୀ ଓ ୧୬ ବର୍ଷ ଝିଅ ସହ ରହୁଥିଲେ। ବୁଧବାର ସକାଳେ ତିନି ଜଣ ବିଷାକ୍ତ ପଦାର୍ଥ ଖାଇ ଆତ୍ମହତ୍ୟା କରିଛନ୍ତି। ଜବତ ହୋଇଥିବା ସୁଇସାଇଡ ନୋଟ୍ ଆଧାରରେ ପୁଲିସ କିଛି ସନ୍ଦିଗ୍ଧଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।
Popular Categories



