www.samajalive.in
Thursday, December 11, 2025
27.1 C
Bhubaneswar

ପ୍ରଦୂଷଣମୁକ୍ତ ପାରାଦ୍ୱୀପ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି

ନୂଆଦିଲ୍ଲୀ : ବନ୍ଦର ନଗରୀ ପାରାଦ୍ୱୀପକୁ ପ୍ରଦୂଷଣମୁକ୍ତ କରିବା ଲାଗି ଅଧିକ ସଂଖ୍ୟକ ମାଲବାହୀ ଟ୍ରେନ ଚଳାଇବାକୁ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଦାବି କରିଛନ୍ତି। ପ୍ରତିନିଧି ଦଳ ଦର୍ଶାଇଛନ୍ତି ଯେ ପାରାଦ୍ବୀପ ବନ୍ଦର ଆଖପାଖରେ ଗଢ଼ି ଉଠିଥିବା ଶିଳ୍ପାଞ୍ଚଳ ଏବଂ ବନ୍ଦରକୁ ଲୁହାପଥର ଓ ଅନ୍ୟାନ୍ୟ ଖଣିଜ ଟ୍ରକ ମାଧ୍ୟମରେ ଖୋଲାରେ ପରିବହନ କାରଣରୁ ଖଣିଜ ଗୁଣ୍ଡ ବାୟୁମଣ୍ଡଳରେ ମିଶୁଛି। ଫଳରେ ସ୍ଥାନୀୟ ଲୋକ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଛନ୍ତି। ଯଦିଓ ସରକାର ବାୟୁ ପ୍ରଦୂଷଣ ମାତ୍ରା କମାଇବା ଲାଗି ପ୍ରଚେଷ୍ଟା କରୁଛନ୍ତି ତାହା ଯଥେଷ୍ଟ ନୁହେଁ। ପାରାଦ୍ୱୀପ ଅଞ୍ଚଳରେ ପ୍ରଦୂଷଣ କମାଇବାକୁ ହେଲେ ମାଲବାହୀ ଟ୍ରକ ବଦଳରେ ଅଧିକ ସଂଖ୍ୟକ ମାଲବାହୀ ରେଳ ଚଳାଇବାକୁ ପ୍ରତିନିଧି ଦଳ ପ୍ରସ୍ତାବ ଦେଇଛନ୍ତି। ହରିଦାସପୁର-ପାରାଦ୍ୱୀପ ରେଳପଥ କାର୍ଯ୍ୟକ୍ଷମ ଦ୍ୱାରା ଅଧିକ ମାଲବାହୀ ଟ୍ରେନ ଚଳାଚଳ ସୁବିଧା ସୃଷ୍ଟି ହୋଇଛି। ଏହି ସୁବିଧାର ସଦୁପଯୋଗ କରି ପାରାଦ୍ୱୀପ ସହରକୁ ପ୍ରଦୂଷଣମୁକ୍ତ କରିବା ପାଇଁ ସାଂସଦ ପଣ୍ଡା ପ୍ରସ୍ତାବ ଦେଇଥିଲେ। ନୂତନ ହରିଦାସପୁର-ପାରଦ୍ବୀପ ରେଳପଥରେ ଯଥାଶୀଘ୍ର ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ କରିବା ସହ ପାରାଦ୍ୱିପରେ ରେଳ ଟର୍ମିନାଲ ସ୍ଥାପନ କରିବାକୁ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପାରାଦ୍ବୀପରେ ରେଳଟର୍ମିନାଲ ନିର୍ମାଣ ଦ୍ୱାରା ଭୂବନେଶ୍ୱର ଠାରୁ ଦକ୍ଷିଣ ଓ ପଶ୍ଚିମ ଭାରତକୁ ଚଳାଚଳ କରୁଥିବା ଟ୍ରେନ ଗୁଡ଼ିକ ପାରାଦ୍ୱୀପକୁ ସମ୍ପ୍ରସାରିତ କରାଯାଇପାରିବ। ଏହାଦ୍ୱାରା ଭୁବନେଶ୍ୱର ରେଳଷ୍ଟେସନରେ ଭିଡ଼ ଲାଘବ ହେବା ସହ ଜଗତସିଂପୁର ଓ କେନ୍ଦ୍ରାପଡ଼ା ଜିଲାର ବାସିନ୍ଦା ସିଧାସଳଖ ଉପକୃତ ହୋଇପାରିବେ। ବିଶେଷ କରି ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ, ସିକନ୍ଦରାବାଦ-ଭୂବନେଶ୍ୱର ବିଶାଖା ଏକ୍ସପ୍ରେସ, କ୍ରିଷ୍ଣ।।ରାଜପୁରମ-ଭୂବନେଶ୍ୱର ହମସଫର ଏକ୍ସପ୍ରେସ, ରାମେଶ୍ୱରମ-ଭୁବନେଶ୍ୱର ଏକ୍ସପ୍ରେସ, ଜଗଦଲପୁର-ଭୂବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଏବଂ ଜୁନାଗଡ଼-ଭୂବନେଶ୍ୱର ଏକ୍ସପ୍ରେସକୁ ପାରାଦ୍ୱିପ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଦାବି କରିଥିଲେ। ଏଥିସହ ପାରାଦ୍ବୀପରୁ ନୂଆଦିଲ୍ଲୀ ମଧ୍ୟରେ ଏକ ସୁପରଫାଷ୍ଟ ନୂତନ ଟ୍ରେନ ଚଳାଚଳ ଏବଂ ପାରଦ୍ୱୀପ-ଭୁବନେଶ୍ୱର ମଧ୍ୟରେ ଅଧିକ ସଂଖ୍ୟକ ପାସେଞ୍ଜର ଟ୍ରେନ ଚଳାଚଳ କରିବାକୁ ପ୍ରତିନିଧି ଦଳ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପ୍ରତିନିଧ ଦଳରେ ବିଜେପିର ପୂର୍ବତନ ଜଗତସିଂପୁର ଜିଲା ସଭାପତି ପ୍ରିୟରଞ୍ଜନ ଦାସ ଏବଂ ଶ୍ରମିକ ନେତା ଅଜୟ ସାହୁ ପ୍ରମୁଖ ସାମିଲ ଥିଲେ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories