www.samajalive.in
Monday, December 8, 2025
20.1 C
Bhubaneswar

ରାଷ୍ଟ୍ରପତି ନିର୍ବାଚନ ; ଆରମ୍ଭ ହୋଇଛି ଭୋଟ୍‍ ଗଣତି ପ୍ରକ୍ରିୟା

ନୂଆଦିଲ୍ଲୀ : ଦେଶର ପଞ୍ଚଦଶ ରାଷ୍ଟ୍ରପତିଙ୍କ ପାଇଁ ଆରମ୍ଭ ହୋଇଛି ଭୋଟ୍‍ ଗଣତି ପ୍ରକ୍ରିୟା। କଡା ସୁରକ୍ଷା ମଧ୍ୟରେ ସଂସଦ ଭବନର ୬୩ ନମ୍ବର କକ୍ଷରେ ପୂର୍ବାହ୍ନ ୧୧ଟାରୁ ଗଣତି ଆରମ୍ଭ ହୋଇଛି। କିଛି ସମୟ ପରେ ଗଣତି ଶେଷ ହେବା ପରେ ଫଳାଫଳ ଆସିବ। ତେବେ ସଂଖ୍ୟା ଦୃଷ୍ଟିରୁ ଯଶୱନ୍ତ ସିହ୍ନାଙ୍କ ଠାରୁ ଏନଡିଏ ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ବହୁ ଆଗରେ ଅଛନ୍ତି ବୋଲି ସୂଚନା ମିଳିଛି।
ସୂଚନା ଯୋଗ୍ୟ, ପ୍ରଥମେ ରିଟର୍ଣ୍ଣିଂ ଅଧିକାରୀ ବିଭିନ୍ନ ରାଜ୍ୟରୁ ଆସିଥିବା ବାଲଟ ପେପର ଗୁଡିକୁ ତାଲିକାଭୁକ୍ତକରି ଭଲ ଭାବେ ଯାଞ୍ଚ କରିଥିବା ବେଳେ ସାଂସଦମାନେ ସେମାନଙ୍କ ପ୍ରଥମ ପସନ୍ଦ ପ୍ରାର୍ଥୀଙ୍କୁ ସବୁଜ କାଳି(ଗ୍ରୀନ ପେନ୍‌) ଦ୍ୱାରା ଚୟନ କରିଥିବା ବେଳେ ବିଧାୟକମାନେ ଗୋଲାପୀ କାଳିରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସଂସଦର ଭୋଟ ଗଣତି କୋଠରୀରେ ଦୁଇଟି ଟ୍ରେ ରହିବ। ଦୁଇଜଣ ପ୍ରାର୍ଥୀ ଥିବାରୁ ଗୋଟିଏ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆଉ ଗୋଟିଏ ଯଶୱନ୍ତ ସିହ୍ନାଙ୍କ ପାଇଁ ରହିବ। ପ୍ରଥମେ ବିଧାୟକ ମାନଙ୍କ ବାଲଟ ପେପର ସର୍ଟଲିଷ୍ଟ କରାଯିବା ପରେ ସାଂସଦଙ୍କ ବାଲଟ ପେପର ଏକାଠି କରାଯାଇ ଗଣତି ହେଉଛି। ଏଥିପାଇଁ ସଂସଦ ଭବନର ୭୩ ନମ୍ବର କୋଠରୀ ବାହାରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବା ଲାଗି ବ୍ୟବସ୍ଥା କରାଯାଇଛି। ଗଣତି ଆରମ୍ଭ ହେବା ପରେ ଗଣମାଧ୍ୟମକୁ ନିୟମିତ ସୂଚନା ଦିଆଯିବ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories